ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା…!

add-all

ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲି ଯାଏଁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ କମିସନ (ଏସ୍‌ଆରସି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏସ୍‌ଆରସି ପକ୍ଷରୁ ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ମଧ୍ୟାହ୍ନରେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ‌ହୋଇଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ଆଶଙ୍କା ରହିଛି। ପାଣିପାଗ ସୂଚନା ଅନୁସାରେ ୨ ତାରିଖ ସକାଳ ସାଢ଼େ ୮ଟା ଯାଏଁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଂଜାମ, ଗଜପତି, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ବେଗରେ ବହିପାରେ।

ସେହିପରି ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ ନବରଂଗପୁର ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ସହିତ ଝଡ଼ତୋଫାନ ହୋଇପାରେ। ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇପାରନ୍ତି। ବର୍ଷା, ଘଡ଼ଘଡ଼ି ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.