ହିଞ୍ଜିଳିକାଟୁରେ ଓଡିଆ ଭାଷା ସମିତି ପକ୍ଷରୁ ଉତ୍କଳ ଦିବସ ପାଳନ

add-all

ହିଞ୍ଜିଳିକାଟୁ (୧।୪) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଅତ୍ୟାଧୁନିକ ମାଛ ମାସଂ ବଜାର ପରିଷରରେ ଶନିବାର ଓଡିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ୮୮ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା ସାହିତ୍ୟ ସମିତି ର ଉପସଭାପତି ନିତ୍ୟାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ , ମୁଖ୍ୟ ଵକ୍ତା ଭାବେ ଡଃ ଵୃଷକେତୁ ଦାଶ ଅନ୍ୟତମ ଅତିଥିଭାବେ ରାଜ୍ୟ ବିଜେଡ଼ି ସାରାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଯୁବପିଢୀକୁ ନିଜ ସଂସ୍କୃତିସହ ବାନ୍ଧିରଖିବାର ଏହା ଏକ ପ୍ରୟାସ ବୋଲି ଆୟୋଜକ କହିଛନ୍ତି ।ଏହିଅବସରରେ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଶାସନ ଆମ୍ଵଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଵିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଙ୍କ ତତ୍ୱାବଧାନରେ ଉତ୍କଳ ଦିବସ ମହାଆଡମ୍ଵର ସହକାରେ ପାଳନ ହୋଇଛି । ଓଡିଶା ଦିବସ ଅବସରରେ ହିଞ୍ଜିଳିକାଟୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କୋଠାଗୁଡିକୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି |

ad-week
Leave A Reply

Your email address will not be published.