
ଫୁଲବାଣୀ : ଆଜି ସାରା ଓଡିଶା ରାଜ୍ୟରେ ପାଳିତ ହେଉଛି ଉତ୍କଳ ଦିବସ l ଆଜି ଫୁଲବାଣୀ ସ୍ଥିତ ମାଦି କୁନ୍ଦା ରିଜର୍ଭ ପଡିଆ ପରିସରରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ l ପୋଲିସ ପକ୍ଷରୁ ଆର ଆଇ ଧର୍ମେନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ସରୋଜ ବେହେରାଙ୍କ ନେତୃତ୍ବରେ ତିନି ପ୍ଲାଟୁନ ପୋଲିସ ଅତି ସୁନ୍ଦର ପ୍ୟାରେଡ ପ୍ରଦର୍ଶନ କରିଥିଲେ ଯାହା ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା l ଉତ୍କଳ ଦିବସ ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡ ନିରୀକ୍ଷଣ କରିବା ସହ ଅଭିବାଦନ ଜଣାଇ ଥିଲେ l ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମାର ବରିଷ୍ଠ ଅଧିକାରୀ ତଥା ନିମନ୍ତ୍ରିତ ଅତିଥି କମାଣ୍ଡେଣ୍ଟ ଅଫିସର ୯୯ ବାଟାଲିୟନ ସଞ୍ଜୀବ କୁମାର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲଲିତ କୁମାର ପାଟ ନାୟନି, ଏସଡିପିଓ ବାଲିଗୁଡ଼ା ରୋହିତ ବ୍ରହ୍ମା, ଏସଡିପିଓ ଜି ଉଦୟଗିରି ଡି ଟି ଆର ପଟ୍ଟନାୟକ, ଏସଡିପିଓ ସଦର ଫୁଲବାଣୀ ସୁ ପ୍ରସନ୍ନ କୁମାର ମଲ୍ଲିକ,ବସନ୍ତ କୁମାର ଦାଶ, ପ୍ରଭାତ କୁମାର ସେଠୀ ଡିଏସପି କନ୍ଧମାଳ,ଇନସପେକ୍ଟର କନ୍ଧମାଳ ତ୍ରିପତି ଚୌଧୁରୀ, ଚାନ୍ଦ ମଣି ସିଂ, ଅମ୍ବିକା ପଟ୍ଟନାୟକ,ଏସ୍ପି ଅଫିସ ଷ୍ଟାଫ୍,ଅବସର ପୋଲିସ କର୍ମଚାରୀ ଏବଂ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରଞ୍ଜନ କୁମାର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସମେତ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ l ପୋଲିସ ପ୍ରଶାସନ ଏସ୍ପି ଶ୍ରୀ ପାତ୍ର ବିଭିନ୍ନ ସ୍ଥରରେ ଥିବା ବେଷ୍ଟ ଏସଆଇ ସୌମ୍ୟରଞ୍ଜନ ପତି କେ. ନୂଆଗାଁ,ଏ ଏସ ଆଇ ସୁବାଷ ଚନ୍ଦ୍ର ପ୍ରଧାନ ଦାରିଙ୍ଗବାଡ଼ି କୋର୍ଟ, ବେଷ୍ଟ ହାବିଲଦାର ପ୍ରକାଶ ଚନ୍ଦ୍ର କହଁର, ବେଷ୍ଟ ଏପି ଆର କନେଷ୍ଟବଳ ସନ୍ତୋଷ କୁମାର କହଁର, ଓ ଆର ଏସ କନେଷ୍ଟବଳ ବାସନ୍ତୀ ପ୍ରଧାନ ସଦର ପିଏସ, ପ୍ରମୁଖ ମାନଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପାତ୍ର ଦେଇ ପୁରସ୍କୃତ କରାଯାଇଛି l