ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ

add-all

ଦାରିଙ୍ଗବାଡ଼ି(୧/୪) : ଦାରିଙ୍ଗବାଡ଼ି ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଉତ୍କଳ ଦିବସ ଜାଗୃତି ସଭାଗୃହରେ ପାଳନ କରାଯାଇଛି । ଏଥିରେ ବ୍ଳକର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି ଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଗଠନ ସଂପାଦକ ପତିତପାବନ ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତିର ସଂପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ମୁଖ୍ୟ ଵକ୍ତା ଭାବେ ବରିଷ୍ଠ ଆଇନଜୀବୀ ଉମେଶ କର,ସମ୍ମାନୀତ ଅତିଥି ଭାବେ ପ୍ରେସ କ୍ଳବ ସଭାପତି ପ୍ରେମଚାନ୍ଦ ସିଂ ଉପସ୍ଥିତ ରହି ଉତ୍କଳ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସୁବିଧା ଅସୁବିଧା ନେଇ ପରସ୍ପର ମଧ୍ୟରେ ସୂଚନା ଉପସ୍ଥାପନ ହୋଇଥିଲା ।ଶେଷରେ ହରିହର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

ad-week
Leave A Reply

Your email address will not be published.