ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ

add-all

ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିବାର ଖବର ମିଳିଛି।

ରାଜଧାନୀରେ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରିଛି କଂଗ୍ରେସ। ଘେରାଉ ବେଳେ ପୁଲିସ ସହ କଂଗ୍ରେସ କର୍ମୀମାନଙ୍କର ଧସ୍ତାଧସ୍ତି ହୋଇଛି। ଏହାପରେ ଧାରଣାସ୍ଥଳରୁ କମିସନରେଟ ପୁଲିସ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଇଛି। କଂଗ୍ରେସର ଏସି, ଏସଟି , ଓବିସି ଓ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଏଜି ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାହୁଲ ଗାନ୍ଧୀଙ୍କ ସଂସଦ ପଦ ରଦ୍ଦ ନେଇ ମୋଦୀ ସରକାରଙ୍କୁ ବିରୋଧରେ ଧାରଣା ଦେଉଥିଲା କଂଗ୍ରେସ।
ସେଡଠାରେ ଧାରଣାରତ କଂଗ୍ରେସ କର୍ମୀ କହିଛନ୍ତି, ଭାରତ ବର୍ଷରେ ଗଣତନ୍ତ୍ର ସୁରକ୍ଷିତ ନୁହେଁl ସମ୍ବିଧାନ ଭାଙ୍ଗିବାକୁ ନରେନ୍ଦ୍ର ମୋଦୀ ଉଦ୍ୟମ କରୁଛନ୍ତିl ରାହୁଲଙ୍କ ମାଇକ ବନ୍ଦ କରି ରାହୁଲଙ୍କୁ ନୁହେଁ ବରଂ ସାଂସଦଙ୍କୁ ମ୍ୟୁଟ କରିଛନ୍ତି ମୋଦୀl ଆଦାନୀଙ୍କୁ ୨୦ ହଜାର କୋଟି ଟଙ୍କାର ହିସାବ ମାଗିବାରୁ ତାଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତିl ତାଙ୍କଠାରୁ ବାସଭବନ ମଧ୍ୟ ଛଡ଼ାଇ ନିଆଯାଇଛିl ଯେଉଁଭଳି ଭାବରେ ସୁରଟରେ ପହଞ୍ଚାଇ ୧୧ ମିନିଟ ମଧ୍ୟରେ ସଭ୍ୟ ପଦ ରଦ୍ଦ କରିଛନ୍ତି, ତାହା ପ୍ରମାଣ କରୁଛି ମୋଦୀ ରାହୁଲଙ୍କୁ ଭୟ କରୁଛନ୍ତି।

ad-week
Leave A Reply

Your email address will not be published.