ପୁଣି ଗୁହାଳରୁ ଟେକି ନେଇ ବାଛୁରିକୁ ମାରି ଖାଇଲା ବାଘ…

add-all

ନୂଆପଡ଼ା : ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ସୁନାବେଡ଼ା ଅଭୟାରଣ୍ୟ ପରେ କୋମନା ବ୍ଳକ ବେଲରଦନା ଗାଁରେ ବାଘ ଭୟ। ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବାଛୁରୀକୁ ଗୁହାଳରୁ ଟାଣିନେଇ ମାରିଖାଇଥିବା ଅଭିଯୋଗ ହୋଇଛି। ସକାଳେ ବାଛୁରୀ ଗୁହାଳରେ ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବାଛୁରୀର ମୃତଦେହ ମିଳିଥିଲା।

ଖବର ପାଇ କୋମନା ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଘର ପାଦ ଚିହ୍ନକୁ ଠାବ କରିବା ସହ ଗତିବିଧି ଉପରେ ନଜର ରଖିଛନ୍ତି। ମାସେରୁ ଉର୍ଦ୍ଧ୍ୱ ସମୟ ଧରି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଏବେ କୋମନା ବ୍ଲକରେ ବାଘ ଘୁରି ବୁଲୁଥିବା ଖବର ପାଇ ଭୟରେ ଦିନ କାଟୁଛନ୍ତି ଲୋକ । ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.