ଆଦର୍ଶ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

add-all

ବୀରମିତ୍ରପୁର : ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହବିବ ଅହମ୍ମଦଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଉପଲକ୍ଷେ ଏକ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ତାଙ୍କର ଚାକିରି ଜୀବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶ୍ରା ବ୍ଲକ ରୁ 1990 ମସିହାରେ ଆରମ୍ଭ କରିଥିଲେ।ଦିର୍ଘ 33 ବର୍ଷ ଚାକିରି କାଳ ମଧ୍ୟରେ ସେ ଛାତ୍ର ଛାତ୍ରୀମାନଙ୍କ ପାଇଁ, ସମୟାନୁବର୍ତ୍ତିତା,ସହନଶୀଳତା,ମେଳାପି ଓ ମେଧାବୀ ଶିକ୍ଷକ ଭାବେ ଶିକ୍ଷା ବିଭାଗ ରେ ଜଣାଶୁଣା ଥିଲେ। ତାଙ୍କର ନେତୃତ୍ୱ ଗୁଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶିକ୍ଷକ ନେତା ଶ୍ରୀଯୁକ୍ତ ବିଭୀଷଣ ତନ୍ତୀ,ଦିଲ୍ଲୀପ ପ୍ରଧାନ,ଭଜନ ନାୟକ, ରାମଲାଲ ତନ୍ତୀ ସମେତ ଭୂୟସୀ ପ୍ରଶଂସା କରିଥିଲେ।ସଭାରେ ବିଦ୍ୟାଳୟ ର ଶିକ୍ଷକ,ଛାତ୍ରଛାତ୍ରୀ ଉପସ୍ଥିତ ରହି ଶିକ୍ଷକ ଶ୍ରୀଯୁକ୍ତ ହବିବ ଅହମ୍ମଦ ଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ମତବ୍ୟକ୍ତ କରିଥିଲେ।

ad-week
Leave A Reply

Your email address will not be published.