ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କ୍ରିକେଟ ସଂଘର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଦୁର୍ଗା ପ୍ରସାଦ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନ୍ୟବର କୋର୍ଟଙ୍କ ନିର୍ଦେଶ କ୍ରମେ ସଂଘର ରହିଥିବା ଉପଵିଧି ର ସଂଶୋଧନ ନିମନ୍ତେ ଏକ କମିଟି ସର୍ବସହମତି କ୍ରମେ ଘୋଷଣା କରାଯାଇଥିଲା। ଏହି କମିଟିର ଅଧକ୍ଷ ଭାବେ ଦେବଦତ୍ତ ସିଙ୍ଗ ଦେଓ, ସୁବ୍ରତ କୁମାର ସାହୁ, ଶିଶିର କୁମାର ଭୋଲ,ଉମା ଶଙ୍କର ପଢି, ଡବ୍ଲ୍ୟୁ. ଭି ରାଜୁ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଏହି କମିଟି ଏକ ମାସ ମଧ୍ୟରେ ଏହାର ସଂଶୋଧନ କରି ସମ୍ପାଦକଙ୍କୁ ହସ୍ତାନ୍ତର କରିବେ ବୋଲି ଜଣାପଡିଛି।

ଆସନ୍ତା ଏପ୍ରିଲ୧୨ତାରିଖରେ ଓସିଏ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ, ଏବଂ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରି ମାମଲାର ସମାଧାନ କରାଯିବ ବୋଲି ବୈଠକରେ ସୂଚନା ମିଳିଛି। ଏହି ଅବସରରେ ଡିଏସ ମୂର୍ତ୍ତି, ଡ. ଅଶୋକ କୁମାର ପାଣିଗ୍ରାହୀ, ଦେବାନନ୍ଦ ବିଶ୍ୱାସ, ଡାଭିଡ଼ ସୁକାନ୍ତ ଚୌଧୁରୀ, ଛିଞ୍ଚି କୁମାରୀ ଦେବୀ, ଶରତ କୁମାର ପଣ୍ଡା, ସ୍ୱପ୍ନା ରାଣୀ ପାଣିଗ୍ରାହୀ, ମନୋଜ କୁମାର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.