୧୭ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ…

add-all

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀର ଏକଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଏବଂ ତାଙ୍କର ଗୁମାସ୍ତା ରମେଶ ପ୍ରଧାନ ଏକ ସ୍କୁଟିରେ ହାଟପଦା ନିକଟ ଏକ୍ସିସ ବ୍ୟାଙ୍କକୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଦିପୋଜିଟ କରିବା ପାଇଁ ଯାଉଥିବା ବେଳେ ପଲସର ଗାଡ଼ିରେ ଦୁଇଜଣ ଡକାୟତ ଆସି ସେମାନଙ୍କ ଟଙ୍କା ଭର୍ତି ବ୍ୟାଗକୁ ଲୁଟି ନେଇଛନ୍ତି l ତିନିଦିନ ବ୍ୟାଙ୍କ ଛୁଟି ରହିଥିବାରୁ ଆଜି ଦିନ ପ୍ରାୟ ୧୧:୨୦ ରେ ସେମାନେ ନିଜ ଦୋକାନରୁ ଟଙ୍କା ଧରି ପ୍ରଥମେ ଷ୍ଟେଟ ବ୍ୟାଙ୍କରେ କିଛି ଟଙ୍କା ଦିପୋଜିଟ କରି ସାରିବା ପରେ ବଳକା ୧୭ ଲକ୍ଷ ୫୦ ହଜାର ଟଙ୍କା ଧରି ଏକ୍ସିସ ବ୍ୟାଙ୍କରେ ଦିପୋଜିଟ କରିବାକୁ ଯାଉଥିବା ବେଳେ ଏହି ଲୁଟର ଶିକାର ହୋଇଛନ୍ତି l ଲୁଟର ଶିକାର ହୋଇଥିବା ଅଜୟ ପାତ୍ର ଘଟଣା ପରେ ଅସୁସ୍ଥ ହୋଇଯାଇଛନ୍ତି, ତେବେ ଟାଉନ ଥାନା ଆଇଆଇସି ଅଶୋକ ଗିରି ଘଟଣା ସ୍ଥଳରେ ପହଞ୍ଚି ଲୁଟ ଘଟଣାର ତନା ଘନା ଆରମ୍ଭ କରିଛନ୍ତି l ଥାନା ପୋଲିସ ଏକ୍ସିସ ବ୍ୟାଙ୍କ ଏବଂ ଆଖପାଖ ଦୋକାନର ସିସି ଟିଭି ଫୁଟେଜ ସଂଗ୍ରହ କରି ଲୁଟେରା ମାନଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି l

ad-week
Leave A Reply

Your email address will not be published.