ତୋଫାନ ଗୌଡ଼ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବ୍ରହ୍ମପୁର ଏସପିଙ୍କୁ ଗୁହାରି

add-all

କେ.ନୂଆଗାଁ : କେ. ନୂଆଁଗାଁ ଥାନା ଅନ୍ତର୍ଗତ ଏସ. ଟିକରପଡ଼ା ଗ୍ରାମରେ ଗତ ମାର୍ଚ୍ଚ୨୪ତାରିଖରେ ହୋଇଥିବା ତୋଫାନ ଗୌଡ଼ ହତ୍ୟାକାଣ୍ଡ ର ଅନ୍ୟମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫକରି ନ୍ୟାୟ ପ୍ରଦାନ କରିବା ପାଇଁ ବ୍ରହ୍ମପୁର ଏସପି ସର୍ବଣା ବିବେକଙ୍କୁ ଗୁହାରି କରିଛନ୍ତି ପରିବାରବର୍ଗ ଓ ଗ୍ରାମବାସୀ ।

ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ବହୁ ଗ୍ରାମବାସୀ ଏବଂ ତୋଫାନ ଗୌଡ଼ ଙ୍କ ପରିବାରବର୍ଗ ହତ୍ୟାକାଣ୍ଡ ଘଟଣା କୁ ନେଇ ବ୍ରହ୍ମପୁର ଏସପି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ତୋଫାନ ଗୌଡ଼ ଗତ ମାର୍ଚ୍ଚ ୨୪ ତାରିଖରେ ନିଜ ଘର ଦାଣ୍ଡରେ ବସିଥିବା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ତାଙ୍କୁ ଆକ୍ରମଣ କରିଥିଲେ। ତୋଫାନ କୁ ରକ୍ଷା କରିବାକୁ ଯାଇ ତାଙ୍କ ବାପା ,ଭାଇ ମଧ୍ୟ ଆକ୍ରମଣ ର ଶିକାର ହୋଇଥିଲେ। ଯାହାକୁ ନେଇ ଉଆଳି ଗୌଡ଼ କେ . ନୂଆଁଗାଁ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ପୁଅକୁ ୬ଜଣ ପୁରୁଷ ୫ଜଣ ମହିଳା ସଘବଦ୍ଧ ଭାବେଗାଁ ଦାଣ୍ଡରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତିକରି କେ . ନୂଆଁଗାଁ ଥାନା ପୋଲିସ ଚାରିଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।ତେବେ ଏହା ରାଜନୈତିକ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ପରିବାରବର୍ଗ।ଗତ ପଞ୍ଚାୟତ ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଜାରି ରହିଥିଲା ଯାହାକି ଉଗ୍ରରୂପ ନେଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀ କହିଛନ୍ତି।ଏହି ହତ୍ୟାକାଣ୍ଡ ର ମୁଖ୍ୟ ସୂତ୍ରଧରକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି।ବିପ୍ଳବ ପତ୍ର ଏବଂ ବିପିନ ପ୍ରଧାନ ଙ୍କ ମଧ୍ୟରେ ରାଜନୀତି କୁ ନେଇ ଦେଖାଯାଇଥିବା ତିକ୍ତତା ଯୋଙ୍ଗୁ ନିରୀହ ଜନସାଧାରଣ ଏଥିରେ ବଳି ପଡୁଥିବା ସେ କହିଛନ୍ତି।ତୁରନ୍ତ ଏଭଳି ଘଟଣାର ମୁଖ୍ୟ ସୂତ୍ରଧରଙ୍କୁ ଗିରଫ କରିବା ସହିତ ଗାଁ ରେ ଶାନ୍ତି ଫେରେଇ ଆଣିବାକୁ ସେ ଏସପିଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ କାମଲା ଗୌଡ଼, ସୀମାଞ୍ଚଳ ଗୌଡ଼, ବାବୁ ଗୌଡ଼, ବିନାୟକ ଗୌଡ଼, ଅଶୋକ ଗୌଡ଼ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.