ସିରିଏଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ…

add-all

ବ୍ରହ୍ମପୁର : ନିମଖଣ୍ଡି ଥାନା ଏବଂ ସଦର ଥାନା ଅଞ୍ଚଳରେ ହୋଇଥିବା ସିରିଆଲ ଚୋରି ଓ ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିମଖଣ୍ଡି ଥାନା ପୋଲିସ । ନିମଖଣ୍ଡି ଥାନା ରେ ହୋଇଥିବା ପାଞ୍ଚଟି ଚୋରି ଘଟଣା ଏବଂ ସଦର ଥାନା ରେ ହୋଇଥିବା ଗୋଟିଏ ଚୋରି ଘଟଣାରେ ପୋଲିସ ତଦନ୍ତ କରି ଲୋଚପଡା ଗ୍ରାମର ଟୁନା ପ୍ରଧାନ, ଦୁର୍ବନ୍ଧ ଗ୍ରାମର ସୁଦର୍ଶନ ସାହୁଙ୍କୁ ଗିରଫ କରିଛି ନିମଖଣ୍ଡି ପୋଲିସ।ତାଙ୍କ ଠାରୁ ୫ଟି ପାଣି ପମ୍ପ,୨ଟି ଇଂଭେଟର, ଗୋଟିଏ ମେସିନ,୫ବଣ୍ଡଳ ତାର, ୯ଟି ଖୋଳା ଓ କାଟିବ ମେସିନ, ଏବଂ ବହୁ ସାମଗ୍ରୀ ଜବତ କରିଛି ପୋଲିସ।ଉଦ୍ଧାର ସାମଗ୍ରୀ ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ବ୍ରହ୍ମପୁର ଏସପି ସର୍ବଣା ବିବେକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.