ଭାରତୀୟ ଜନତା ପାର୍ଟିର ୪୪ତମ ପ୍ରତିଷ୍ଠା ଦିବସ

add-all

ବ୍ରହ୍ମପୁର : ଏପ୍ରିଲ ମାସ ୬ ତାରିଖ ୧୯୮୦ମସିହା ଆଜିର ଦିନରେ ଭାରତୀୟ ଜନତା ପାର୍ଟି ଗଠିତ ହୋଇଥିଲା । ଆଜି ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧୀ ନଗର ଛକଠାରେ ଜାତୀୟ ପତାକା କୁ ବରିଷ୍ଠ ବିଜେପି ନେତା କାହ୍ନୁ ପାତି ଉତ୍ତୋଳନ କରିଥିଲେ। ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଭାରତୀୟ ଜନସଙ୍ଘ ଠାରୁ ଆରମ୍ଭକରି ଭାରତୀୟ ଜନତା ପାର୍ଟି ପର୍ଯ୍ୟନ୍ତ ଵିଚାରଧାରା ଆଧାରିତ ଏକ ରାଜନୈତିକ ଦଳର ନିରବଚ୍ଛିନ୍ନ ଯାତ୍ରା ବିସୟରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ଗୁଡିକ ଉପରେ ଆଲୋକ ପାତକରା ଯାଇଥିଲା। କିପରି ଯୋଜନାର ସୁଫଳ ସମାଜର ନିମ୍ନଶ୍ରେଣୀରେ ପହଞ୍ଚି ପିରବ ସେଥିପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ କାମକରିଵାକୁ ଆହ୍ୱାନ ଦିଆଯାଇଥିଲା। ଆଜି ଠୁ ଆଗାମୀ ୧୪ ତାରିଖ ପୂଜ୍ୟ ବାବାସାହେବ ଆମ୍ବେଦକର ଜୟନ୍ତୀ ପର୍ଯ୍ୟନ୍ତ ଦଳ ସେଵାପକ୍ଷ୍ୟ ପାଳନ କରିବ। ଆଜିର ଏହି କାର୍ଯ୍ୟକ୍ରମରେ କର୍ପୋରେଟର ପ୍ରଦୀପ କୁମାର ସତପଥି,ଡ଼ି.କରୁଣାକର,ସବିତା ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ, ଡ଼ା.ସୁବାଷ ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଙ୍କ ସମେତ ବହୁ ଵିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.