ଅନ୍ତୋଦୟ କାର୍ଡରେ ବଣ୍ଟନ ହେଉଥିବା ଚାଉଳ ଦୁର୍ନୀତି ଅଭିଯୋଗ

add-all

ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ କୋଟିଲିଙ୍ଗୀ ପଞ୍ଚାୟତ ଗ୍ରାମବାସୀ ଙ୍କୁ ଆନ୍ତୋଦୟ କାର୍ଡରେ ବଣ୍ଟନ ହେଉଥିବା ଚାଉଳ ଦୁର୍ନୀତି ଅଭିଯୋଗ କରି ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ଆନ୍ତୋଦୟ କାର୍ଡ ହିତାଧିକାରୀଙ୍କୁ ବ୍ୟକ୍ତି ପିଛା ୩୫ କେଜି ଚାଉଳ ବଦଳରେ ୫ କେଜି ଚାଉଳ ଦିଆଯାଉଥିବା ଅଭିଯୋଗ ନେଇ ଆଜି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ କୋଟିଲିଙ୍ଗୀ ପଞ୍ଚାୟତ ଅଧିନସ୍ଥ କୋଟିଲିଙ୍ଗି ଏବଂ କମାକୁଳମଣିପୁର ଗ୍ରାମବାସୀର ୧୩୧ ହିତାଧିକାରୀ ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା ଙ୍କ ନେତୃତ୍ୱରେ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କୁ ଭେଟିଅଭିଯୋଗ କରିଛନ୍ତି।ଏଭଳି ଚାଉଳ ବଣ୍ଟନ ଦୁର୍ନୀତି ରେ ସମ୍ପୃକ୍ତ ଥିବା ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ନେବା ପାଇଁ ଦାବୀ ଜଣାଇଛନ୍ତି । ପ୍ରାୟ ୩ ମାସ ବିତି ଯାଇଥିଲେ ସୁଦ୍ଧା ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସଲାସୁତୁରା କରି ଖାଉଟି ଙ୍କୁ ଭୁଆ ବୁଲାଇ ବ୍ୟକ୍ତି ପିଛା ୩୫ କେଜି ବଳରେ ୫ କେଜି ଚାଉଳ ଦେଇ ବଳକା ଚାଉଳ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରା । ଏହାକୁ ବିରୋଧ ପରେ କିଛି ହିତାଧିକାରୀ ଙ୍କୁ ଡାକି ଚାଉଳ ପରିବର୍ତ୍ତେ କିଲୋ ପିଛା ୧୮ ଟଙ୍କା ହିସାବରେ ଟଙ୍କା ପ୍ରଦାନ କରାଯାଇ ହିତାଧିକାରୀ ଙ୍କ କାର୍ଡରେ ସଂଶୋଧନ ୩୫ କେଜି ଚାଉଳ ପ୍ରଦାନ କରିଥିବା ଦର୍ଶାଇଛନ୍ତି। ଏଭଳି ଦୁର୍ନୀତି କୁ ତଦନ୍ତ ଦାବୀ କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଗ୍ରାମବାସୀ ଦାବୀ ଜଣାଇଛନ୍ତି ।

ad-week
Leave A Reply

Your email address will not be published.