ଚରିତ୍ର ସନ୍ଦେହ କରି ପତ୍ନୀଙ୍କୁ ଆକ୍ରମଣ

add-all

ହିଞ୍ଜିଳିକାଟୁ, ୬।୪ : ଚରିତ୍ର ଉପରେ ସନ୍ଦେହ କରି ଶାଶୁଘରେ ପାରିବାରିକ ନିର୍ଯାତନା ସହ ଆକ୍ରମଣ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ଫାୟାର ଷ୍ଟେସନ ରୋଡ଼ର ସୁମିତ୍ରା ନାୟକଙ୍କ ଅଭିଯୋଗ କ୍ରମେ ଥାନାରେ ନଂ ୨୧୩/୨୩ରେ ପୋଲିସ ସ୍ବାମୀ , ଶାଶୁ ଓ ନଣନ୍ଦଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।
ପ୍ରକାଶ ଯେ, ପ୍ରାୟ ୮ ବର୍ଷ ତଳେ ମ୍ୟୁନିସିପାଲଟି ଅନ୍ତର୍ଗତ ନୂଆଗଡ ଗ୍ରାମର ସୁମିତ୍ରା ଫାୟାର ଷ୍ଟେସନ ରୋଡ଼ର ରଞ୍ଜନ ଙ୍କୁ ବିବାହ କରିଥିଲେ। ସେମାନଙ୍କ ୪ ବର୍ଷ ର ଝିଅ ଓ ୧ବର୍ଷର ପୁଅ ଅଛନ୍ତି। ତେବେ ବିଭିନ୍ନ ସମୟରେ ପତ୍ନୀଙ୍କ ଉପରେ ସନ୍ଦେହ ପ୍ରକାଶ କରିବାରୁ ସୁମିତ୍ରା ବାପ ଘରକୁ ଦୀର୍ଘ ଦିନ ଧରି ଯାଉନାହାଁନ୍ତି। ବୁଧବାର ପୂର୍ବାହ୍ନରେ ଏକ ଫୋନ କଲ ସୁମିତ୍ରା ଙ୍କ ମୋବାଇଲ କୁ ଆସିଥିଲା। ତେବେ ଉକ୍ତ ଫୋନ କଲ୍ ସୁମିତ୍ରା ଉଠାଇ ନ’ଥିଲେ ମଧ୍ୟ ରଞ୍ଜନ ସନ୍ଦେହ କରି ସୁମିତ୍ରାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ଏହି ସମୟରେ ଶାଶୁ ଓ ନଣନ୍ଦ ମଧ୍ୟ ରଞ୍ଜନଙ୍କୁ ସମର୍ଥନ କରି ପ୍ରାଣରେ ମାରିଦେବାକୁ ଉସୁକାଇଥିଲେ। ପରେ ସେମାନେ ସୁମିତ୍ରା ଙ୍କୁ ଘରୁ ପଦାକୁ ଠେଲି ଦେଇଥିବା ନେଇ ସୁମିତ୍ରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ

ad-week
Leave A Reply

Your email address will not be published.