ସହଯୋଗର ହାତ ବଢ଼ାଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନାରେ ନିଯୁକ୍ତି ପାଇଥିବା ମହିଳା ହୋମଗାର୍ଡ ବବିତା ପଣ୍ଡାଙ୍କ ବାପାଙ୍କର ପାଖ୍ୟାଘାତ ରୋଗର ଚିକିତ୍ସା ଅଭାବରୁ ଅକାଳ ବିୟୋଗ ହୋଇଛି l ଏଭଳି ଦୁଖଃଦ ଖବର ପାଇ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ଏବଂ ଫୁଲବାଣୀ ସହରର ଏକ ନମ୍ବର ୱାର୍ଡ ପିଅନ ପଡ଼ା ଅଞ୍ଚଳର କାଉନସିଲର, ମୃତ୍ୟୁଞୀୟ ପେରା (ବାବୁଜାନ)ଙ୍କ ସହାୟତାରେ ମୃତକଙ୍କ ଶବ ସତ୍କାର କାର୍ଯ୍ୟକ୍ରମ ପିଅନ ପଡ଼ା ସ୍ଥାନୀୟ ସ୍ମସାନରେ ହିନ୍ଦୁ ରିତିନୀତି ଅନୁସାରେ ଅନ୍ତେଷ୍ଟି କାର୍ଯ୍ୟ ଶେଷ ହୋଇଛି l ଏହି ଦୁଃଖଦ କାର୍ଯ୍ୟରେ ବିରାଜ କୁମାର ପ୍ରଧାନ, କାଉନସିଲର ମୃତ୍ୟୁଞୀୟ ପେରା (ବାବୁଜାନ୍) ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର କର୍ମକର୍ତ୍ତାଙ୍କ ସହଯୋଗରେ ଗତକାଲି ରାତିରେ ଶେଷ ହୋଇଛି । କିନ୍ତୁ ଦୁଃଖର ବିଷୟ ବବିତା ପଣ୍ଡାଙ୍କ ବନ୍ଧୁ ପରିଜନ କିମ୍ବା ସାହି ପଡିଶା କୈାଣସି ସହଯୋଗ କରିନଥିବା ହେତୁ ଉକ୍ତ ପରିବାର ବେସାହାରା ହୋଇ ଭାଙ୍ଗିପଡିଥିଲେ । ସେହି ସମୟରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ବିରାଜ କୁମାର ପ୍ରଧାନ ଏବଂ ସଂଘର କର୍ମକର୍ତ୍ତା ଖବର ପାଇ ସଙ୍ଗେ ସଙ୍ଗେ କାଉନସିଲର ମୃତ୍ୟୁଞୀୟ ପେରାଙ୍କ ସହିତ ଆଲୋଚନା କରି ଶବଦାହ ପାଇଁ ବ୍ୟବହାର ସମସ୍ତ ସାମଗ୍ରୀ ଜୋଗାଡ଼ କରିଥିଲେ । ଏବଂ ରାତିଅଧିଆ ଶବ ସଂସ୍କାର କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ହୋମଗାର୍ଡ ସଂଘର ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍,ସଦସ୍ୟ, ଭଜରାମ ନାୟକ, ଦ୍ବିବେଦୀ ସାହୁ, ନୃସିଂହ ଡାକୁଆ, ରବିନ୍ଦ୍ର ବାରିକ, ଉପସ୍ଥିତ ରହି ଶବ ସଂସ୍କାର କାର୍ଯ୍ୟକ୍ରମ ଶେଷ କରିଥିଲେ । ବବିତା ପଣ୍ଡା ହୋମଗାର୍ଡ ବିଭାଗରେ ରହି କମ ଦରମାରେ ତାଙ୍କ ଘରର ପାଞ୍ଚଜଣ ସଦସ୍ୟଙ୍କୁ ଭରଣ ପୋଷଣ କରୁଥିବା ହେତୁ ସେ ବାପାଙ୍କ ଉପଯୁକ୍ତ ଚିକିତ୍ସା ହୋଇ ପାରିନଥିବା କହିଛନ୍ତି ପରିବାର ଲୋକ ।

ad-week
Leave A Reply

Your email address will not be published.