ଗାଧୋଇବାକୁ ଯାଇ ଗାଁ ପୋଖରୀରେ ବୁଡିଗଲେ ଶାକିନାକା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା…

add-all


ହିଞ୍ଜିଳିକାଟୁ ୭।୪ ନିଜ ଘର ଆଗରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀ ପାଣିରେ ପହଁରିବା ବେଳେ ଆଉ ଫେରି ପାଳିଲେନି କୂଳକୁ । ଫଳରେ ପୋଖରୀ ପାଣିରେ ବୁଡିଯାଇ ମହାରାଷ୍ଟ୍ର ଶାକିନାକା ଜଗନ୍ନାଥ ମନ୍ଦିର ସଭାପତି ଙ୍କ ପ୍ରାଣହାନୀ ଘଟିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ରାଉଳ ସାହି ଦେଉଳବନ୍ଧ ଘଟିଛି ଏପରି ଅଘଟଣ ।ମୃତକ ଜଣକ ହେଲେ ହିଞ୍ଜିଳି ଗ୍ରାମ ରାଉଳ ସାହି ଵାସିନ୍ଦା ରମେଶ ଚନ୍ଦ୍ର ମୁନି( ୬୨)। ପ୍ରକାଶ ଥାଉକି ସ୍ବର୍ଗତ ମୁନି ମୁମ୍ବାଇ ଶାକିନାକା ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ସଭାପତି ଥିଲେ। ସ୍ବର୍ଗତ ମୁନି ଚାରିଦିନ ହେବ ମୁମ୍ବାଇ ରୁ ନିଜ ଗ୍ରାମ ହିଞ୍ଜିଳି ଆସିଥିଲେ। ହିଞ୍ଜିଳି ବଡ ସାହି ବାସିନ୍ଦା ରମେଶ ଚନ୍ଦ୍ର ସାବତ ଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିବା ଵେଳେ ଗ୍ରାମ ବାସୀ ଙ୍କ ସହ ଶିକିରି ରିଷିକୁଲ୍ୟା ନଦୀ କୂଳରେ ଶଵ ସତ୍କାର କରି ହିଞ୍ଜିଳି ଫେରିଥୁଲେ। ନିଜ ଘର ଆଗରେ ଥିବା ଦେଉଳ ବନ୍ଧକୁ ଗାଧୋଇବାକୁ ଯାଇଥିଲେ । ତେବେ ଶବ ସତ୍କାରପରେ ସାହି ବାସିନ୍ଦା ଙ୍କ ଙ୍କ ସହ ପୋଖରୀରେ ପହଁରିବା ବେଳେ ଆଉ କୂଳକୁ ଫେରି ନପାରି ବୁଡି ଯାଇଥିଲେ ।ସେଠାରେ ଥିବା ଗ୍ରାମବାସୀ ପୋଖରୀରୁ ତାଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡକ୍ଟରଖନାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ମୁମ୍ବାଇ ଠାରେ ରହୁଥିବା ସ୍ବର୍ଗତ ମୁନି ଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ମେଡିକାଲ ରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଵ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ସୂଚନା ।

ad-week
Leave A Reply

Your email address will not be published.