ପାରିବାରିକ କଳହରୁ ଆତ୍ମହତ୍ୟା…

add-all

ମାଲକାନଗିରି :ମାଲକାନଗିରି ସଦରମହୋକୁମା ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ ଏମଭି ୪୨ ଗ୍ରାମ ନିକଟରେଏକ ବର ଗଛରେ ଏପିଆର ପୋଲିସ କନେଷ୍ଟବଳ ଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି, ଗ୍ରାମ ନିକଟରେ ଏଭଳି ଘଟଣା ଘଟିଥିବାରୁ ଗ୍ରାମ ବାସୀ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ପୋଲିସ କନେଷ୍ଟବଳ ଜଣେ ହେଉଛନ୍ତି। ସୁଶାନ୍ତ ହାଲଦାର । ଗତକାଲି ମଧ୍ୟରାତ୍ରରେ ଘରମଧ୍ୟରେ କଳି ଝଗଡା ଶୁଭୁଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଥିବା ବେଳେ ମୃତ ସୁଶାନ୍ତ ଙ୍କ ପକେଟରୁ ୭ଗୋଟି ହାତଲେଖା ସୁଇସାଇଡ ନୋଟ କୁ ପୋଲିସ ଜବତ କରିଛି। ମୃତ ସୁଶାନ୍ତ ଙ୍କ ଘର ନବରଙ୍ଗପୁର ଜିଲ୍ଲା ଉମରକୋଟ ହୋଇଥିବା ବେଳେ ସେ ମାଲକାନଗିରି ଏମଭି ୪୨ ଗ୍ରାମରେ ବିବାହ କରିଥିଲେ। ପୋଲିସ ପରିବାର ଙ୍କ ଉପସ୍ଥିତି ରେ ଝୁଲନ୍ତା ମୃତ ଦେହକ ଓହ୍ଲାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ବାବଦରେ ସୁସାଇଡ଼ ନୋଟ ଓ ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।

ad-week
Leave A Reply

Your email address will not be published.