୩ ଘଣ୍ଟା ପରେ ୩୨ ଫୁଟ କୂଅରୁ ଉଦ୍ଧାର ହେଲେ ବୃଦ୍ଧା

add-all

ନୟାଗଡ : ଯାହାକୁ ରଖିବେ ଅନନ୍ତ, କି ମାରିପାରେ ବଳବନ୍ତ । ଏପରି ଏକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ମଝିସାହିରେ ଘଟିଛି। ଏକ ୩୨ ଫୁଟର କୂଅ ଭିତରେ ଜଣେ ୭୨ ବର୍ଷୀୟା ମହିଳା ପଡ଼ି ଯାଇଥିବା ବେଳେ ପ୍ରାୟ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବୃଦ୍ଧାଜଣକ ହେଲେ କଇଁଫୁଲିଆ ଗ୍ରାମର ସ୍ୱର୍ଗତ ଚକ୍ରଧର ସାହୁଙ୍କ ଧର୍ମପତ୍ନୀ ୭୨ ବର୍ଷୀୟା ଯଶୋଦା ସାହୁ ।

ଯଶୋଦା ସାହୁ ଗତକାଲି ଘର ପାଖ କୂଅକୁ ଯାଇଥିଲେ। ମାତ୍ର ସେଠାରେ ଅସାବଧାନତା ହେତୁ ସେ କୂଅକୁ ଖସି ପଡ଼ିଥିଲେ l ୩୨ଫୁଟ ଗଭୀର କୂଅ ଭିତରୁ ଉଦ୍ଧାର ପାଇଁ ଯଶୋଦା ଚିତ୍କାର କରୁଥିଲେ ମଧ୍ୟ ବାହାରକୁ ତାଙ୍କ ଚିତ୍କାର ଶୁଣାଯାଇ ନ ଥିଲା। ବହୁ ସମୟ ପରେ ପରିବାର ଲୋକେ ଉକ୍ତ କୂଅ ନିକଟକୁ ପାଣି ଆଣିବାକୁ ଗଲାବେଳେ ଯଶୋଦା କୂଅ ଭିତରେ ପଡ଼ିଥିବା ଦେଖିଥିଲେ। ଏ ଖବର ପ୍ରଚାରିତ ହେବା ପରେ କୂଅ ନିକଟରେ ଲୋକ ରୁଣ୍ଡ ହେବାକୁ ଲାଗିଲେ।

ଖବର ପାଇ ଭାପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଅଗ୍ନିଶମ କର୍ମଚାରୀମାନେ ବହୁ ଚେଷ୍ଟା ପରେ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ କୂଅ ବାହାରକୁ ଆଣି ପାରିଥିଲେ।

ପରିବାର ଲୋକେ ତୁରନ୍ତ ତାଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାର ଯଶୋଦା ସୁସ୍ଥ ଥିବା ଡାତର କହିବା ପରେ ପରିବାର ଲୋକେ ତାଙ୍କୁ ଘରକୁ ଫେରାଇ ନେଇଛନ୍ତି।

ad-week
Leave A Reply

Your email address will not be published.