ଦାସୁଡୁ ସତ୍ୟମ ତୃତୀୟ ଜାତୀୟ ପୁରସ୍କାରରେ ସମ୍ମାନୀତ…

add-all

ଛତ୍ରପୁର : ହାଇଦ୍ରାବାଦ ସ୍ଥିତ ବହୁଜନ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଛତ୍ରପୁରର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର ଭାଗବତ ଗାଦୀ ମୁଖ୍ୟ ଗୁରୁ ଆର. ସତ୍ୟମ ରେଡ୍ଡୀଙ୍କୁ ତୃତୀୟ ଥର ପାଇଁ ଜାତୀୟ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଅପ୍ରିଲ ୨ ତାରିଖରେ ଭାଗ-ଲିଙ୍ଗମ ପଲ୍ଲୀ ସୁନ୍ଦରାୟ ବିଜ୍ଞାନ କେନ୍ଦ୍ରମ୍ ହାଇଦ୍ରାବାଦ ଠାରେ ମାନପତ୍ର ଓ ଉପଢୌକନ ସହ ପଦକରେ ସମ୍ମାନୀତ କରାଯାଇଛି ।
ଶ୍ରୀ ରେଡ୍ଡୀଙ୍କ ଶାସ୍ତ୍ରୀୟନୃତ୍ୟ ଓ ଭକ୍ତି-ବାଦର ପରିଚୟ ସହ ଉତ୍ତମ କାର୍ଯ୍ୟଦକ୍ଷତା,ସମାଜସେବାରେ ତାଙ୍କରି ଆଦର୍ଶତା ଓ ଉଲ୍ଲେଖନୀୟ ଭୂମିକା ନେଇ ତିରୁପତି ଦେଵସ୍ଥାନ ରେ ଏହି ସଂଗଠନ ଦ୍ୱାରା ଚୟନ ହୋଇଥିବା ବେଳେ ତାଙ୍କୁ ଉକ୍ତ ଜାତୀୟ ସାମାଜିକ ସେବା ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।
ଉକ୍ତ ଭବ୍ୟ ସାମାରୋହରେ ମୁଖ୍ୟଅତିଥୀ ଭାବେ କମ୍ରେଡ଼ ଅରୁଣୋଦୟା ବିମଲାଆକ୍କା, ସମ୍ମାନୀତ ଅତିଥୀ ଭାବେ ସର୍ବଭାରତୀୟ ସଭାପତି ନାଲା ରାଧାକ୍ରିଷ୍ଣା, ତେଲଙ୍ଗାନା ସଭାପତି ଏମ୍.ଏମ୍.ଗୌତ୍ତମ, ଆର.ଵିନୀତା, କମାରୀ ସତ୍ୟନାରାୟଣ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶାରୁ ପ୍ରତିନିଧିତ୍ତ୍ୱ କରିଥିବା ଛତ୍ରପୁରର ଏହି କଳା ସଂଗଠନ ପକ୍ଷରୁ ପି.ତ୍ରିନାଥ ଙ୍କୁ ଆଦର୍ଶ ଶ୍ରମିକ,ପି.ସୁରୀ ବାବୁଙ୍କୁ ଆଦର୍ଶ କୃଷକ ଭାବେ ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ad-week
Leave A Reply

Your email address will not be published.