କମେଣ୍ଟ ମାରିବା ଅଭିଯୋଗରେ ପୁଣି ଜଣେ ଗିରଫ…

add-all

ହିଞ୍ଜିଳିକାଟୁ (୯।୪) : ସୋରଡା ଅଞ୍ଚଳର ଜଣେ ଯୁବତୀଙ୍କୁ ହିଞ୍ଜିଳିକାଟୁ କଲେଜ ଯିବା ବାଟରେ ବାରମ୍ବାର ପିଛାକରି ଅସଦାଚରଣ କରିବାସହ କମେଣ୍ଟ ମାରୁଥିବା ଅଭିଯୋଗରେ ହିଞ୍ଜିଳି ଥାନା ପୁଲିସ ଗତ ମାସ ୩୦।୩ ତାରିଖରେ ଦୁଇ ଜଣ ରୋଡ ରୋମିଓକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରବିବାର ପୁଣି ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ହିଞ୍ଜିଳି ଗ୍ରାମ ତାରାତାରିଣୀ ରେଡ ସାହିର ଆକାଶ ଜେନା ୨୨ ।ପୁର୍ବରୁ ପିଣ୍ଟୁ ଗୌଡ ଓ ଗାଙ୍ଗପୁର ଥାନା ନିମିନା ଅଞ୍ଚଳର ରାକେଶ ମହାପାତ୍ର ଗିରଫ ହୋଇଥିଲେ ।ଗତ ଗୁରୁବାର ଦିନ ପୋଲିସ ଭୟରେ ହିଞ୍ଜିଳି କେନାଳ ସାହି ର ଚିଣ୍ଟୁ ଦାଶ କୋର୍ଟରେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି।
ହିଞ୍ଜିଳିକାଟୁ କଲେଜ ଛାତ୍ରୀଙ୍କୁ କଲେଜ ଠାରୁ ବସଷ୍ଟାଣ୍ଡ ଆସିବା ବେଳେ କିଛି ଯୁବକ କମେଣ୍ଟ ମାରୁଥିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ନେଇ ବୁଧବାର ଛାତ୍ରୀ ଜଣଙ୍କ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କରିଥିବା ନେଇ ହିଞ୍ଜିଳି ଥାନାରେ ୧୯୬।୨୩ ରେ ମାମଲା ରୁଜୁ କରି ସମସ୍ତ ଚାରି ଜଣ କୁ ପୋଲିସ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.