
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଅସଲି ବୋତଲରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ବେପାରୀ ଧରାପଡିବା ପରେ ଏହାର ମଦ ପ୍ରସୂତିରେ ବ୍ୟବହାର ହେହୁଥିବା ମୁଖ୍ୟ ଜିନିଷ ସ୍ପିରିଡି ଚୋର କୁ ଧରିବା ଆରମ୍ଭ କରିଥିଲା ଗୁଇନ୍ଦା ବିଭାଗ l
ଗତ ମାର୍ଚ୍ଚ 31 ତାରିଖ ରେ ଗୁଇନ୍ଦା ଅବକାରୀ ବିଭାଗ ଦିଗପହଣ୍ଡି ନିକଟସ୍ଥ ଫାଶୀଗୁଡା ଠାରେ ଏକ ନକଲି ବିଦେଶୀ ମଦ ବେପାରୀ କୁ ଧରିଥିଲା ବିଭାଗ l ହୋମିଓପ୍ୟାଥି ସ୍ପିରିଟ ଚୋରାରେ ଆଣି ଘରେ ରଖି ନକଲି ବିଦେଶୀ ମଦ ତିଆରି କରୁଥିଲା ମଦ ବେପାରୀ l
ତା ଠାରୁ ସନ୍ଧନ ପାଇଥିଲା କିଏ ଏହି ସ୍ପିରିଟ ଯୋଗାଉଛି l କିନ୍ତୁ ମାଷ୍ଟର ମାଇଁଣ୍ଡକୁ ଧରିବାକୁ କରିଥିଲା ନୂଆ ଯୋଜନା l
ଶେଷରେ ନିଜେ ଗ୍ରାହକ ସାଜିଥିଲେ ଗୁଇନ୍ଦା ଅଧିକାରୀ l ଯୋଜନା ପ୍ରକାରେ ଆଜି ସକାଳୁ ଏକ ଟିମ ସ୍ପିରିଡ ଜଗଉଥିବା ଶିବାଶିଷ ଡାକୁଆ କଲ କରି 2ଟି ଜାର ରେ ସ୍ପିରିଡ ଅଡର ଆଣିବାକୁ କହିଥିଲେ l
ଅଡର ପାଇଁ ଏକ ସ୍ଚୋଟିରେ 2ଟି ପାଣି ଜାର ରେ ସ୍ପିରିଡ ଧରି ଆସୁଥିଲା ମହୁରୀ କାଲୁଆ ଛକକୁ l ଏହା ଦେଖୀ ମାଡି ବସିଥିଲେ ଛକି ରହିଥିବା ଅବକାରୀ ଗୁଇନ୍ଦା ବିଭାଗ ଟିମ l ତାକୁ ଯାଞ୍ଚ ବେଳେ ଫସିଗୁଡା ଅଂଚଳ ର ଦୁଇ ଯୁବକ ସନ୍ଦୀପ କୁମାର ପ୍ରଧାନ, ଶଙ୍କର ପ୍ରଧାନ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତରଗତ ବଡ଼ଖେମୁଣ୍ଡି ସାହିରେ ଏହି ସ୍ପିରିଡ ବିକ୍ରି କରୁଥିବା ଜାଣିବାକୁ ପାଇଥିଲେ l ସେଠାରେ ଚଡାଉ କରି 157 ପେଡ଼ି ଅର୍ଥାତ 17ସହ ଲିଟର ସ୍ପିରିଡଜବତ କରିଛି ଅବକାରୀ ବିଭାଗ, ଦାଦା ଶଙ୍କର ଓ ସଂଜୀବ ତାଙ୍କ ପୁତୁରା ଏସବୁ କଲିକତା ରୁ ଆଣି 3ରୁ 4ଜଣ ବେପାରୀ କୁ ବିକ୍ରି କରୁଥିଲେ ବୋଲି ସେମାନେ ଅବକାରୀ ବିଭାଗ କୁ କହିଛନ୍ତି..