ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

add-all

କୁଆଁରମୁଣ୍ଡା : ରାଏବୋଗା ଥାନା ଅନ୍ତର୍ଗତ କାଦୋବାହାଲ ପଞ୍ଚାୟତସ୍ଥିତ ଗୁମଟିଛପଲ୍ ଦରଙ୍ଗାଟୋଲି ସଡକ କୁ ସଂଯୋଗ କରିଥିବା କଲ୍ଭଟ୍ ନିକଟରେ ଏକ ଅଜଣା ଗାଡି ଧକ୍କାରେ ସାଇକେଲ ଚାଳକ ମୃତ। ସଡକ ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପାରିବାର ସୁତ୍ରରୁ ପ୍ରକାଶ ଯେ ରାଏବୋଗା ଥାନା ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତ ଅଧିନସ୍ଥ ଘଘାରି ଗ୍ରାମ ନୱାଟୋଲି ଅଞ୍ଚଳ ର ବିଲିୱାମ ଡୁଙ୍ଗଡୁଙ୍ଗ (୬୫ବର୍ଷ) ନିଜ ସାଇକେଲ ରେ ରବିବାର କୌଣସି କାମରେ କାଦୋବାହାଲ ଗ୍ରାମ ଅଭିମୁଖେ ଯାଇଥିଲେ। କାମ ସାରି ସନ୍ଧ୍ୟା ପ୍ରାୟ ୪ଟା ସମୟରେ ନିଜ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ କୌଣସି ଏକ ଅଜଣା ଗାଡି ତାଙ୍କ ସାଇକେଲ କୁ ଧକ୍କା ଦେବା ଫଳରେ ବୃଦ୍ଧ ଜଣକ କାଦୋବାହାଲ ପଞ୍ଚାୟତ ଗୁମଟିଛପଲ୍ ଦରଙ୍ଗାଟୋଲି ରାସ୍ତା କୁ ସଂଯୋଗ କରୁଥିବା କଳ୍ଭଟ୍ ଠାରୁ କିଛି ଦୂରକୁ ଛିଟିକି ପଡିବା ଫଳରେ ମୁଣ୍ତରେ ଆଘତ ଲାଗି ପ୍ରଚୁର ରକ୍ତ ସ୍ରାବ ହେବା ସହ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଚାଲିଯାଇଥିଲା। ଏହା ଜଣାପଡିବା ପରେ ପାରିବାର ଲୋକେ ଖବର ପାଇ ଦୁର୍ଘଟଣା ସ୍ଥଳ ରେ ପହଞ୍ଚି ପୋଲିସ କୁ ଖବର ଦେବାରୁ ପୋଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ସହ ଶବ ଜବତ କରିଥିବା କେତେକ ସୁତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.