ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ହେଲେ ଛତ୍ରପୁରର ବିମଳ ପଣ୍ଡା

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ବିମଳ କୁମାର ପଣ୍ଡାଙ୍କୁ ଦାୟି୍‌ତ୍ୱ ମିଳିଛୀ । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଯୁବଗୋଷ୍ଠୀଙ୍କୁ ଦଳୀୟ ସଂଗଠନରେ ସାମିଲ କରି ସଂଗଠନକୁ ମଜବୁତ୍ କରିବା ଲାଗି ଛତ୍ରପୁର ସହରର ଶ୍ରୀ ପଣ୍ଡାଙ୍କୁ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଯୁବ ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ ଏକ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତିନିଧି କରୁଥିବା ଗଞ୍ଜାମ ଜିଲ୍ଲାର ଏତେ ବଡ ଦାୟିତ୍ୱକୁ ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଯୋଗରେ ଦାୟିତ୍ୱକୁ ସୂଚାରୂ ରୂପେ ତୁଲାଇବା ପାଇଁ ଶ୍ରୀ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହା ସହ ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟମକେଶ ରାୟ. ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ ଙ୍କ ସମେତ ଜିଲ୍ଲାର ସମସ୍ତ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ad-week
Leave A Reply

Your email address will not be published.