୫ମ ତମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ମ୍ୟାଚରେ, ଖଲ୍ଲିକୋଟ ଦଳ ବିଜୟୀ

newyr25

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିଅର କ୍ରିକେଟ କ୍ଲୁବ (jcc) ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ୫ମ ତମ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ରେ ଶେଷ ହେବ, ଦୀର୍ଘ ୮ ଦିନ ଏହି ଖେଳ ଅନୁଷ୍ଠିତ ହେବ l ଏଥିରେ ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳାଇ, ଜ଼ିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ଉନ୍ନୟନ ଅଦକ୍ଷ ସୁବାସ ମହାରଣା, ଆରବlନ ବ୍ୟାଙ୍କ ସଭାପତି ଆର ମୁରଲୀ ମୋହନ, ଗଞ୍ଜାମ ଆଇନ ବିଦ୍ୟାଳୟର ସମ୍ପାଦକ ସରୋଜ ସାମନ୍ତ, ମୁକୁନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଦ୍ୱୀପ ପ୍ରଜ୍ୱଳନ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଖେଳ ଉଦଘାଟନ କରିଥିଲେ l ଆଜିର ପ୍ରଥମ ମ୍ୟାଚ ଖଲ୍ଲିକୋଟ କ୍ରିକେଟ କ୍ଲୁବ ବନାମ ମହମ୍ମଦ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମହମ୍ମଦ କ୍ରିକେଟ କ୍ଲୁବ ଟସ ଜିତି ପ୍ରଥମେ ବୋଲିଙ୍ଗ ନିଷ୍ପତ୍ତି ନେଇଥିଲେ l ଖଲ୍ଲିକୋଟ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିଦ୍ଧାରିତ ୨0 ଓବର ମ୍ୟାଚ ଖେଳି ୬ ଉଇକେଟ ବିନିମୟରେ ୨0୧ ରନ କରିଥିଲେ l ଦଳ ପକ୍ଷରୁ ରାଜେନ୍ଦ୍ର ଗୌଡ଼ ୪୯ ବଲ ଖେଳି ୭୧ ରନ ଓ ସୁବ୍ରତ ସ୍ୱାଇଁ ୨0 ବଲ ଖେଳି ୩୩ ରନ କରିଥିଲେ l ମହମ୍ମଦ ଟିମ ପକ୍ଷରୁ ବୋଲିଙ୍ଗରେ ଖାଜ୍ଜା ମୁଜାଫିର ୪ ଓବର ୩୩ ରନ ଦେଇ ୨ ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ମହମ୍ମଦ କ୍ରିକେଟ କ୍ଲୁବ ୧୭ ଓବର ୨ଟି ବଲ ଖେଳି ସମସ୍ତ ଉଇକେଟ ହରାଇ ୧୪୫ ରନ କରିଥିଲେ l ଦଳ ପକ୍ଷରୁ ରିଆଜ ଚେରୀ ୨0 ବଲ ଖେଳି ୩୬ ରନ କରିଥିଲେ l ଖଲ୍ଲିକୋଟ ଟିମ ପକ୍ଷରୁ ସୌରବ କୁମାର ଗୌଡ଼ ୪ ଓବର ପକାଇ ୨୮ ରନ ଦେଇ ୪ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚ କୁ ଖଲ୍ଲିକୋଟ କ୍ରିକେଟ କ୍ଲୁବ ୫୬ ରନରେ ବିଜୟୀ ହୋଇଛି l ଆଜିରଏମ୍ପାୟାର ଭାବେ ମିଲୁ ବୈଈରି ଗଞ୍ଜନ ଓ ରଞ୍ଜନ କୁମାର ସାହୁ ଖେଳ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ପ୍ରମୋଦ ଜେନା ଓ ମନୋଜ ବେହେରା ପରିଚଳନା କରିଥିଲେ l ମେନ ଅଫ ଦା ମ୍ୟାଚ ଭାବେ ଖଲ୍ଲିକୋଟ ଟିମ ର ସୌରବ କୁମାର ଗୌଡ଼ ବିବେଚିତ ହୋଇଥିଲେ l

ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ପ୍ରତେକ ଦିନ ପ୍ରାୟ ୩0 ପିଲା ଏହି ପଡିଆ ରେ ପ୍ରlଟିଷ୍କ କରିଥାନ୍ତି ସେଥିମଧ୍ୟରୁ ୨୧ ଜଣ ଓଡ଼ିଆ ପୋଲିସରେ କନେଷ୍ଟବଳ ନିଯୁକ୍ତି ପାଇଥିବା ଥିବା ବେଳେ,ଜି ରଘୁନାଥ ପୁର ମାଟିଆ ସାହି ର ୧୧ ଜଣ ଓଡିଶା ପୋଲସରେ ନିଯୁକ୍ତି ପାଇଛନ୍ତି, ଏହି ୨୧ ଜଣଙ୍କୁ
ଡଡିସିଏ ର ସମ୍ପାଦକ, ତାରିଣୀ ସାମନ୍ତରାୟ, ଆଇନଜୀବୀ ଶିଶିର କୁମାର ଭୋଳ, ଗଞ୍ଜାମ ଜ଼ିଲ୍ଲା କବାଡି ସମ୍ପାଦକ ଦୂର୍ଗା ପ୍ରସାଦ ପଟ୍ଟନାୟକ,ଲିଜେଣ୍ଟ କ୍ରିକେଟର D ବାବୁ ରାଓ, ପି ରାଜୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ସନ୍ନମାନିତ କରିଥିଲେ l ଓ ଶେଷରେ ଖେଳିମାନଙ୍କୁ ଉତ୍ସାହିତ କରିବା ସହ ମ୍ୟାନ ଅଫଦା ମ୍ୟାଚ ମଧ୍ୟ ପ୍ରଦାନ କରିଥିଲେ l

Leave A Reply

Your email address will not be published.