
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀରେ ଚାଣକ୍ୟ ଭାବେ ପରିଚିତ ପୂର୍ବତନ ନଗରପାଳ ଦୁର୍ଗାପ୍ରସାଦ ଦେଓ (ସାନଦେଓ)ଙ୍କ ଗୁରୁବାର(୩୦.୦୩.୨୦୨୩)ମଧ୍ୟରାତ୍ରରେ ବିୟୋଗ ଘଟିଥିଲା । ଏହି ମହାନ ଆତ୍ମାର ସଦଗତି ନିମନ୍ତେ ରବିବାର( ୦୯.୦୪.୨୦୨୩)ସଂଧ୍ୟା ୬ଘଣ୍ଟା ସମୟରେ ଚିକିଟୀ ବଡବଜାର ଜଗନ୍ନାଥ ମନ୍ଦିର ସାମ୍ନାରେ ଏକ ଶୋକସଭା ର ଆୟୋଜନ ହୋଇଥିଲା।ଚିକିଟୀ ନିର୍ବାଚନ ମଣ୍ଡଳୀରେ ଏହା ଏକ ଅପୁରଣୀୟ କ୍ଷତି ହୋଇଥିବାରୁ ଏହି ସ୍ମୃତିସଭା କରାଯାଇଥିଲା।ଏହି ସ୍ମୃତିସଭା ରେ ବରିଷ୍ଠ ସଂଘଟକ ସୁରେନ୍ଦ୍ରନାଥ ମଣ୍ଡଳ, ଏନ ଏ ସି ଅଧ୍ୟକ୍ଷା ପ୍ରତିନିଧି ରଘୁନନ୍ଦନ ସାହୁ,ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ,କାଉନସିଲର ଯୁର ବେହେରା, ସମାଜସେବୀ ସଦାନନ୍ଦ ସାହୁ,ଧର୍ମା ସାହୁ, ପ୍ରଶାନ୍ତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ସଚ୍ଚିଦାନନ୍ଦ ପାତ୍ର, ସମୀର ପାଢ଼ୀ, ଅକ୍ଷୟ କୁମାର ସାହୁ,ରାମନାଥ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପଣ୍ଡା ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଯୁବପିଢ଼ି ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ୨ ମିନିଟ ନିରବ ପାର୍ଥନା ସହ ଆତ୍ମାର ସଦଗତି କାମନା କରିଥିଲେ।