
ନବରଙ୍ଗପୁର : ନବରଙ୍ଗପୁର ସହର ବାଇପାସ ରାସ୍ତା କଡରେ ଥିବା ମଙ୍ଗଳମ୍ ଟିମ୍ବର ଫେକ୍ଟ୍ରି ରେ କାମ କରୁଥିବା ବେଳେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟ କୁ ନେଇ ଟିମ୍ବର ମୁଖ୍ୟ ଫାଟକ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି l କ୍ଷତିପୂରଣ ଦାବି ରେ ବିକ୍ଷୋଭ କରୁଛନ୍ତି ମୃତ ଶ୍ରମିକ ଙ୍କ ପରିବାର ଓ ଗ୍ରାମବାସୀ l ମୃତ ଶ୍ରମିକ ହେଲେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନକୁସୁମୀ ଗ୍ରାମର ଦାମୋଦର ହରିଜନ l ଘରକୁ ସେ ଜଣେହିଁ ରୋଜଗାରିଆ ପୁଅ ହୋଇଥିବାରୁ ପରିବାର ଲୋକେ ଭାଙ୍ଗିପଡିବା ସହ କ୍ଷତିପୂରଣ ପାଇଁ ଦାବି କରିଛନ୍ତି lଗତ କାଲି ରାତି ରେ ମଙ୍ଗଳମ ଟିମ୍ବର ର ସେଣ୍ଟର ମେସିନ ନିକଟରେ ସୁଧୀର କୁମାର ଙ୍କ ସହ ମିଶି ମୃତ ଦାମୋଦର କାମ କରୁଥିବା ବେଳେ ସେଣ୍ଟର ମେସିନ ର ବେଲ୍ଟ ଛିଣ୍ଡି ଯିବାରୁ ପ୍ଳାଏ ବୋର୍ଡ ଖସି ଆସି ଦାମୋଦର ର ବେକ ଓ ଛାତିକୁ ବାଜିଥିଲା l ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ କୌଣସି ଚିକିତ୍ସା ସହାୟତା ନମିଳିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଯାହାକୁ ନେଇଁ ଶ୍ରମିକମାନେ ଓ ମୃତକ ଙ୍କ ପରିବାର ବର୍ଗ ସଠିକ ସମୟରେ ଯଦି ଦାମୋଦର କୁ ମେଡିକାଲ ନିଆଯାଇଥିଲେ, ସେ ବଞ୍ଚି ଯାଇଥାନ୍ତା ବୋଲି ଅଭିଯୋଗ ଆଣିଛନ୍ତି l ସେହିଭଳି ଟିମ୍ବର ପକ୍ଷରୁ ଶ୍ରମିକ ମାନଙ୍କୁ କେବେ ମଧ୍ୟ ଶରୀରପାଇଁ ହେଲମେଟ ଜୋତା ଭଳି ସୁରକ୍ଷା କୀଟ ଯୋଗାଇ ଦିଆ ଯାଇ ନାହିଁ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି l
ଏସବୁ ଅଭିଯୋଗ ନେଇ ମୃତ ଶ୍ରମିକ ଙ୍କ ଗ୍ରାମବାସୀ ଙ୍କ ଦ୍ଵାରା ମଙ୍ଗଲମ ଟିମ୍ବରର ମୁଖ୍ୟ ଫାଟକ ନିକଟରେ ଘେରି ରହି ଉତ୍ତେଜନା କରିବା ସହ କ୍ଷତିପୂରଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି l ଅନ୍ୟ ପକ୍ଷରେ ଟିମ୍ବର ଠାରେ ଆମ୍ବୁଲାନ୍ସ ଥିଲେ ମଧ୍ୟ ଘଟଣା ଘଟିବାର ଅଧାଘଣ୍ଟା ପର୍ଯ୍ୟନ୍ତ ଜିଲା ସଦର ମହକୁମ୍ମା ଡାକ୍ତର ଖାନା କୁ କତ୍ତୃପକ୍ଷଙ୍କ ପକ୍ଷରୁ ନିଆଗଲା ନାହିଁ । ସ୍ଥାନୀୟ ଲୋକ ଖବର ପାଇବା ପରେ ଜିଲା ସଦର ମହକୁମ୍ମା ଡାକ୍ତରଖାନାକୁ ନେଇଥିଲେ । ଫାଏର ସେଫଟି ନାହିଁ ଓ ଆମ୍ବୁଲାନ୍ସ ଥାଇ ମଧ୍ୟ ପରିବହନ ବ୍ୟବସ୍ଥା ନାହିଁ । ଏନେଇ ଶ୍ରମିକ ମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଟିମ୍ବର କତ୍ତୃପକ୍ଷ ଶୁଣୁ ନାହାନ୍ତି ବୋଲି କେତେକ ଶ୍ରମିକ କହିଛନ୍ତି l ଅନ୍ୟପଟେ ବର୍ତମାନ ପର୍ଯ୍ୟନ୍ତ ଟିମ୍ବର କର୍ତ୍ତୃପକ୍ଷ କେହି ଆସିନଥିବା ବେଳେ ନବରଙ୍ଗପୁର ପୋଲିସ ଘଟଣାସ୍ଥଳ କୁ ଯାଇ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି l ଆଜି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଘଟଣା କୁ ନେଇଁ ମଙ୍ଗଳମ ଟିମ୍ବର ର କତୃପକ୍ଷ ଙ୍କ ପ୍ରତିକ୍ରିୟା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ l