ଯାତ୍ରାର ସୁଯୋଗନେଇ ପେଟ୍ରୋଲ ଚୋରୀ ଘଟଣା ବଢୁଛି

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗରରେ ଠାକୁରାଣୀ ଯାତ୍ରା ସାଙ୍ଗକୁ ଦଣ୍ଡଯାତ୍ର ଚାଲିଥିବା ବେଳେ ବେଶ ଚଳଚଂଚଳ ହୋଇଛି ସହର, ଏହାର ଫାଇଦା ନେଇ ବିଭିନ୍ନ ଅଂଚଳରେ ପେଟ୍ରୋଲ ଚୋରଙ୍କ କାରନାମା ବୃଦ୍ଧି ପାଇଛି। ବ୍ରହ୍ମପୁର ସହରରେ ଦଣ୍ଡନାଚ ସାହି ଗଳିରେ ବେଶ ଧୁମଧାମରେ ରେ ଚାଲିଥିବା ବେଳେ ଏହାର ସୁଯୋଗ ନେଇ କିଛି ଯୁବକ ବାହାରେ ରହିଥିବା ବାଇକ ରୁ ପେଟ୍ରୋଲ ଚୋରି କରି ନେଉଥିବା ଅଭିଯୋଗ ହୋଇଛି।ଯାହାକି ଗାନ୍ଧୀ ନଗର ଅଞ୍ଚଳରେ ବାହାରେ ରଖା ଯାଇଥିବା ମୋଟର ସାଇକଲରୁ ପେଟ୍ରୋଲ ହାତ ସାଫ କରୁଥିବା ଦୃଶ୍ୟ କଏଦ ହୋଇଛି ସିସିଟିଭି କେମେରାରେ।ଦଣ୍ଡନାଚ ଏବଂ ଯାତ୍ରାର ଗହଳ ଚହଳ ମଧ୍ୟରେ କିଛି ଆସାଧୁ ଯୁବକ ଏଭଳି ଚୋରିରେ ଲିପ୍ତ ରହୁଛନ୍ତି।ଚୋରି କରିନେଉଛନ୍ତି ଲିଟର ଲିଟର ପେଟ୍ରୋଲ।ଯାହାକି ବାଇକ ଚଳକଙ୍କ ଟାଙ୍କିରୁ ରହୁନି ପେଟ୍ରୋଲ।ଯାହାକୁ ନେଇ ଆଶଙ୍କା ମଣୁଛନ୍ତି ବାଇକ ଚାଳକ ମାନେ।ପୂର୍ବରୁ ମଧ୍ୟ ସହରରେ ଏଭଳି ପେଟ୍ରୋଲ ଚୋରଙ୍କ ଆତଙ୍କ ଦେଖା ଯାଉଥିଲା ଵେଳେ ପୋଲିସ ର କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ବନ୍ଦ ହୋଇଥିଲା ଏଭଳି କାଣ୍ଡ।ତେବେ ଏବେ ପୁଣି ପେଟ୍ରୋଲ ଚୋରଙ୍କ ପାଦୁର୍ଭାଵ ବୃଦ୍ଧି ପାଇଛି।ତୁରନ୍ତ ଏଭଳି ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି।

ad-week
Leave A Reply

Your email address will not be published.