ଟାୱାର କାମ ସରିଥିଲେ ବି ନେଟୱାର୍କର ଦେଖାନାହିଁ

add-all

ଦାରିଙ୍ଗବାଡ଼ି, ୧୧/୪ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବହୁ ଉପାନ୍ତ ଅଞ୍ଚଳର ଅଧିବାସୀ ମାନେ ଆଜି ଯାଏ ନେଟ ୱାର୍କ ସେବା ପାଇବାରୁ ବଞ୍ଚିତ ହୋଇ ରହି ଛନ୍ତି। ଉପାନ୍ତ ଅଞ୍ଚଳରେ ନେଟୱାର୍କ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିବା ସହିତ ଅନେକ ଜାଗାରେ ନେଟୱାର୍କ ଟାୱାର ସ୍ଥାପନ କରି ସାରିଲେଣି, ହେଲେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବହୁ ଉପାନ୍ତ ଇଲାକାରେ ଆଜି ଯାଏ କାର୍ଯ୍ୟବି ଆରମ୍ଭ ହୋଇନାହିଁ। ସେହି ପରି ଏହି ବ୍ଲକର ଉପାନ୍ତ ଗ୍ରାମ ପଞ୍ଚାୟତ ସିର୍କାବର୍ଗରେ ଦୁଇ ମାସ ହେଲା ନେଟୱାର୍କ ଟାୱାର କାମ ସରିଲାଣି, ହେଲେ ନେଟୱାର୍କ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ସିର୍କାବର୍ଗ ଗ୍ରାମ ପଞ୍ଚାୟତ ବାସୀ। ଏହି ପରିକି ଏଠିକାର ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରାଯାଇଛି। ସ୍ମାର୍ଟ କ୍ଳାସ କରିବା ପାଇଁ କିନ୍ତୁ ନେଟ ୱାର୍କ ସୁବିଧା ନାହିଁ। ଏହିଭଳି ଭାବେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲକେ ନେଟୱାର୍କ ସୁବିଧା ଉପଲବ୍ଧ ନଥିବାରୁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥବା ପ୍ରକାଶ ପାଇଛି। ଏଣୁ ଯଥା ଶିଘ୍ର ନେଟୱାର୍କ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.