ଗଞ୍ଜାମରେ ପୁଣି ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ

add-all

ଛତ୍ରପୁର : ଗଞ୍ଜାମ ଜିଲାବାସୀଙ୍କୁ ପୁଣିଥରେ କରୋନା ଭୟ ଘାରିଛି। ଦୀର୍ଘଦିନ ପରେ ମଙ୍ଗଳବାର ଜିଲାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକି ଚଳିତ ବର୍ଷର ଜିଲାରେ ପ୍ରଥମ ପଜିଟିଭ୍‌ ବୋଲି କୁହାଯାଉଛି। ସେ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଏଣୁ ତାଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। କିଛିଦିନ ହେଲା ତାଙ୍କୁ ଥଣ୍ଡା ଓ ଜ୍ୱର ଲାଗି ରହିଥିଲା। ଔଷଧ ସେବନ ପରେ ମଧ୍ୟ ଦେହ ଭଲ ହୋଇ ନ ଥିଲା। ଏଣୁ ବଡ ମେଡିକାଲରେ ସେ କରୋନା ପରୀକ୍ଷା କରିଥିଲେ। ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ରାଜ୍ୟରେ ହଠାତ୍‌ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପ୍ରତ୍ୟେକ ଜିଲାକୁ ସର୍ତକ ରହିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ କରୋନା ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକର ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ହୋଇଛି।

ad-week
Leave A Reply

Your email address will not be published.