ଛେଳି ବେପାରୀଙ୍କୁ ଗୁଳି ମାରି ଲୁଟିନେଲେ ୯ ଲକ୍ଷ..

add-all


ସୁନ୍ଦରଗଡ଼/ଲେଫ୍ରିପଡା– ୧୩/୦୪/୨୩ ଆଜି ସକାଳେ ଲେଫ୍ରିପଡା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ଯା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା ସରଧାପାଲିର ବୋଲି ଜଣାପଡିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଆଣିଛି। ସୂଚନା ଅନୁସାରେ ଆଜି ସକାଳୁ ସରଧାପାଲିର ଛେଳି ବେପାରୀଙ୍କ ସମେତ ୩ ଜଣ ବ୍ଯକ୍ତି ବାଇକ୍ ଯୋଗେ ଛେଳି କିଣିବାକୁ ହାଣ୍ଡିପାନି ଯାଉଥିଲେ। ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଅଜ୍ଞାତ ଦୁର୍ବୃତ୍ତ ବାଇକରେ ଆସି ଧକ୍କା ଦେଇଥିଲେ। ଫଳରେ ଛେଳି ବେପାରୀଙ୍କ ବାଇକ୍ ପଡି ଯାଇଥିଲା। ବେପାରୀ ଲୁଟେରା ବୋଲି ଜାଣି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଦୂର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିଟି ବେପାରୀଙ୍କ ଛାତିରେ ଗଳି ଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣ ଚାଲିଯାଇଥିଲା। ଏହା ପରେ ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଥିଲେ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ପ୍ରଭାତ ନାଏକ ଏବଂ ତାଙ୍କ ଘର ଝାରସୁଗୁଡା ଜିଲ୍ଲା ତାଲମୁଣ୍ଡା ବୋଲି ଜଣା ପଡିଛି। ସେ ସରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

ad-week
Leave A Reply

Your email address will not be published.