ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

add-all

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି ପୂରଣ ନେଇ ପୂର୍ବରୁ ଆଇଆର୍‌ଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମାତ୍ର ୩ ମାସ ପରେ ବି ଏହି ଦାବି ପୂରଣ ହୋଇନି। ଫଳରେ ଗୁରୁବାର ବିଭିନ୍ନ ଦାବି ନେଇ ଶ୍ରମିକମାନେ ପୁନର୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିଥିଲେ। ପରେ ଓକିଲ ପି.ଧର୍ମା ରେଡ୍ଡୀଙ୍କ ନେତୃତ୍ୱରେ ରିପ୍‌ ପ୍ଲାଣ୍ଟର ଶ୍ରମିକମାନଙ୍କ ଦାବି ପୂରଣ ଲାଗି ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପୂରଣ ଲାଗି ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଇଛି।

ଦାବିଗୁଡ଼ିକ ମଧ୍ୟରେ ସମସ୍ତ ଶ୍ରମିକମାନଙ୍କୁ ଆଇଆର୍‌ଇ କମ୍ପାନୀ ଓ୍ବେଲଫର ରେଟ୍‌ ଅନୁସାରେ ପ୍ରାପ୍ୟ ପ୍ରଦାନ, ୨ ବର୍ଷର ବକେୟା ବୋନସ ପ୍ରଦାନ, ବିନା କାରଣରେ କାମରୁ ବାହାର କରିବା ହେବ ନାହିଁ, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ଏବଂ ସ୍ଥାନୀୟଙ୍କୁ ନିଯୁକ୍ତି ଆଦି ରହିଛି। ପୂର୍ବରୁ ଜାନୁୟାରୀରେ ଆନ୍ଦୋଳନ କରିବାରୁ ଆଇଆର୍‌ଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଶ୍ରମିକଙ୍କ ଏକ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା। ଉକ୍ତ ଦାବିଗଡ଼ିକ ପୂରଣ ନେଇ ଆଲୋଚନା ହେବା ପରେ ଜାନୁୟାରୀ ୧୮ରେ ଆଇଆର୍‌ଇ କମ୍ପାନୀ କର୍ତ୍ତୃପକ୍ଷ ଏହା ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ପୂରଣ ହୋଇନି।

ad-week
Leave A Reply

Your email address will not be published.