ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶୁଭାରମ୍ଭ

add-all

ଦାରିଙ୍ଗବାଡି (୧୩/୦୪) : କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦ୍ଵିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ ଅଟେ। ଏହି ବଜାର ରାସ୍ତାର ପ୍ରଶସ୍ତି କରଣ ନେଇଁ ଆଜି ବ୍ରାହ୍ମଣୀଗାଁ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସଭା ଗୃହରେ ବ୍ୟବସାୟୀ ଗୋଷ୍ଠୀକୁ ନେଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ତହସିଲଦାର ଡ଼ ଅଶୋକ କୁମାର ଦାସ, ବିଡିଓ ଗଦାଧର ପାତ୍ର, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକ, ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀ ଜୟନ୍ତ ପତିଙ୍କ ସମେତ ବୁଦ୍ଧିଜୀବି ଓ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ତହସିଲଦାର ଓ ବିଡିଓ ରାସ୍ତା ପପ୍ରସ୍ତ କରଣର ଆବଶ୍ୟକତା ସହିତ ଅଞ୍ଚଳର ଉନ୍ନତି ସମ୍ପର୍କରେ ବୁଝାଇ କହିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ରାସ୍ତା ପ୍ରଶସ୍ତ ହେବାରେ ସହଯୋଗ କରିବାକୁ ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ତହସିଲଦାର,ବିଡିଓ, ଥାନା ଅଧିକାରୀ, ସରପଞ୍ଚ ଓ ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ଉପସ୍ଥିତିରେ ବଜାର ରାସ୍ତା ପ୍ରଶସ୍ତର ଶୁଭାରମ୍ଭ କରା ଯାଇଥିଲା।

ad-week
Leave A Reply

Your email address will not be published.