
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରିଦେବ ନଗର ବସ୍ତିର ଧର୍ମ ମଣ୍ଡପ ଠାରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ଓ ମାନବାଧିକାର ମିସନ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ଏକ ପରିବର୍ତ୍ତନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ମୂଖ୍ୟ ଉଦ୍ଦେଶ୍ୟ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ଶୃଙ୍ଖଳିତ ହୋମଗାର୍ଡ ସଂଘର ସଭାପତି ଓ ସମ୍ପାଦକ ଏବଂ ମାନବାଧିକାର ମିସନ ରାଜ୍ୟ ସଭାପତି ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜଙ୍କ ଉପସ୍ଥିତିରେ ଏକ ଜିଲ୍ଲା ସ୍ତରୀୟ ବୈଠକର ଆୟୋଜନ କରିବା ପାଇଁ ଆଲୋଚନା କରାଯାଇଛି । ଆଗାମୀ ଦିନରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ହୋମଗାର୍ଡ ସଂଘକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଥାନା ମାନଙ୍କରେ କିଛି ଗଣ ମାଧ୍ୟମ ପ୍ରତିନିଧି,ଓ ଆଇନଜୀବି ବନ୍ଧୁ ମାନଙ୍କୁ ମହାସଂଘର ପରାମର୍ଶଦାତା ଭାବେ ନିଯୁକ୍ତି କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ବରିଷ୍ଠ ହୋମଗାର୍ଡ ଭଉଣୀ ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ କେସ୍ ଜର୍ଜମେଣ୍ଟ ଅଡର ରାଜ୍ୟ ସରକାରଙ୍କୁ ଡ଼ାକ ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ଉକ୍ତ ବିଷୟରେ ରାଜ୍ୟ ସରକାର କିପରି ରାଜ୍ୟର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସରଳ ସମାଧାନ କରି ସରକାରଙ୍କ ବିଭିନ୍ନ ଯୋଜନା ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ମିଳି ପାରିବ ସେ ବିଷୟରେ ଆଲୋଚନା କରାଯାଇଛି। ଶେଷରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ନବ ନିଯୁକ୍ତି ପାଇଥିବା (ଗୃହରକ୍ଷୀ କମାଣ୍ଡଣ୍ଟ) ଏସ୍ ପି କନ୍ଧମାଳ ହୋମଗାର୍ଡ ମାନଙ୍କୁ ନେଇ ଏକ କ୍ରିକେଟ ଟିମ୍ ଗଠନ କରି ଏହି ଟିମ୍ ରେ କନ୍ଧମାଳ ଜିଲ୍ଲାର, ଜିଲ୍ଲା ପୋଲିସ/ଆଇ,ଆର୍ ବି,ଏନ/ଏସ୍ ଏସ୍,ବି ,ଏନ୍/,ଡି,ଭି, ଏଫ/ବି,ଏସ୍ ଏଫ୍/ ସି, ଆର୍,ପି,ଏଫ/, ଏସ୍,ଓ,ଜି /ଙ୍କ ସହିତ ଜିଲ୍ଲା ହୋମଗାର୍ଡ ସଂଘର କିଛି କର୍ମକର୍ତ୍ତାଙ୍କୁ ନେଇ ଗୋଟିଏ କ୍ରିକେଟ ଟିମ୍ ଗଠନ କରି ଖେଳିବା ପାଇଁ ସୁଯୋଗ ଦେଇଥିବାରୁ। ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଶାଖା ଜିଲ୍ଲା କନ୍ଧମାଳ ତରଫରୁ ଗୃହରକ୍ଷୀ କମାଣ୍ଡଣ୍ଟ, ସୁଭେନ୍ଦୁ ପାତ୍ରଙ୍କୁ ମହାସଂଘ ତରଫରୁ ଧନ୍ୟବାଦ ଅର୍ପଣ କରିଥିବା ଦେଖିବାକୁ ମିଳୁଛି। ହୋମଗାର୍ଡ ସଂଘ କ୍ରିକେଟ ଟିମର ପରିଚାଳନା ଦାୟିତ୍ବରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟଙ୍କ ଜରିଆରେ ପରିଚାଳନା ହେଉଥିବା ଦେଖିବାକୁ ମିଳୁଛି। ଏଣୁ ବହୁ ବର୍ଷ ପରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ଏକ ପରିବର୍ତ୍ତନ କାରି ଆଇ ପି ଏସ୍ ଅଧିକାରୀ ଶୁଭଚିନ୍ତକ କାର୍ଯ୍ୟକ୍ରମ କରିଥିବା କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଏଣୁ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଡିୟୂଟି ପରବର୍ତ୍ତୀ ସମୟରେ ସମାଜର ମଙ୍ଗଳ ନିମନ୍ତେ କିଛି କାର୍ଯ୍ୟକ୍ରମ କରିବା ପାଇଁ ଆଜିର ବୈଠକରେ ଆଲୋଚନା କରିଛନ୍ତି। ସେଥିମଧ୍ୟରୁ,ବୃକ୍ଷ ରୋପଣ, ଅସହାୟଙ୍କୁ ସହାୟତା, ରକ୍ତଦାନ ଶିବିର, ଏପରି ସମାଜର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ। ଆଗାମୀ ଦିନରେ ୱେଲ ଫର୍ ଫଣ୍ଡ ମାଧ୍ୟମରେ କନ୍ଧମାଳ ଜିଲ୍ଲାର ମୃତ୍ୟୁ ବରଣ ଏବଂ ଅବସର ଗ୍ରହଣ କରିଥିବା ହୋମଗାର୍ଡ ଭାଇ ଭଉଣୀ ମାନଙ୍କ ପରିବାର ସଦସ୍ୟଙ୍କୁ କିଛି କିଛି ଆର୍ଥିକ ସହାୟତା କମାଣ୍ଡଣ୍ଟ ଗୃହରକ୍ଷୀ ବାହୀନିଙ୍କ ଜରିଆରେ ଯୋଗାଇ ଦେବା ପାଇଁ ସଂଘ କର୍ମକର୍ତ୍ତା ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ମାନବାଧିକାର ମିସନ ରାଜ୍ୟ ସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା, ମିଡ଼ିଆ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପରାମର୍ଶଦାତା ସାମ୍ବାଦିକ, କୁନା ଦିଗାଲ, ହୋମଗାର୍ଡ ସଂଘର ସଭାପତି, ପ୍ରଭାତ କୁମାର ସାହାଣୀ, ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦକ ସପନ କୁମାର ମିଶ୍ର,କାର୍ଯ୍ୟକାରୀ ସଭାପତି, ଅଖୟ କୁମାର ରାୟ, କୋଷାଧ୍ୟକ୍ଷ, ଶେଖ୍ ରିହାଜୁଦିନ୍ ଉପ କୋଷାଧ୍ୟକ୍ଷ ଧନୁର୍ଦ୍ଧର କହଁର, କୁବେର କହଁର, ଟାଉନ ଥାନାର ହୋମଗାର୍ଡ ସଂଘ ଉପସଭାପତି ସାଫରିନ ଖାନ୍, କାର୍ଯ୍ୟକାରୀ ସଭାପତି, ମୁରଲୀଧର ବେହେରା, ମହାସଂଘର ସଦସ୍ୟ, ସରୋଜ କୁମାର ଦାସ, ସରସ୍ଵତୀ ନାୟକ, ପୁଷ୍ପଲତା ବେହେରା, ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ସପନ କୁମାର ମିଶ୍ର ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।