ବିଜୁ ପଟ୍ଟନୟକଙ୍କ ୨୬ ତମ ତିରୋଧାନ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ମହାନ ଜନନାୟକ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଆଜି ଫୁଲବାଣୀର ବିଜୁ ସ୍ମୃତି କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଫୁଲବାଣୀ ନିର୍ବାଚନୀ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କ ପବିତ୍ର ଶ୍ରାଦ୍ଧ ଦିବସକୁ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସାମାଜ ସଂସ୍କାରକ କାର୍ଯ୍ୟକ୍ରମ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି । ଏଥି ସହିତ ରାଜ୍ୟବାସୀଙ୍କ ପ୍ରତି ରହିଥିବା ସାମାଜିକ ପ୍ରତିବଦ୍ଧତାର ନିଦର୍ଶନ ସ୍ଵରୂପ ‘ଓଡ଼ିଶା ମୋ ପରିବାର’ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ‘ ସମୁହ ରକ୍ତଦାନ ଶିବିର’ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ହେବା ପାଇଁ ସ୍ଥିର କରାଯାଇଛି । ବହୁ ସଂଖ୍ୟାରେ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ବିଜୁ ଜନତା ଦଳର ସଦସ୍ୟ ତଥା ଆଗ୍ରହୀ ଜନସାଧାରଣ ସମୂହ ରକ୍ତଦାନ କରି ସମଗ୍ର ମାନବ ସମାଜର କଲ୍ୟାଣ ପ୍ରତି ରହିଥିବା ନୈତିକ ଉତ୍ତରଦାୟିତ୍ବର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ଜିଲ୍ଲା ସଭାପତି ଶ୍ରୀ କର୍ଣ୍ଣ ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ବିଜୟ ନାୟକ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ବିଜୁ ଜନତା ଦଳ ଛାତ୍ର ସଭାପତି ସୁନୀଲ ସେଠି, ମହିଳା ସଭାନେତ୍ରୀ ପୁନମ କହଁର,ନଗର ସଭାପତି ବିମଳ ପାଢି,ସୁଧୀର କୁମାର କହଁର,ବିମଳ ନାୟକ, ପାର୍ଥ ସାରଥି ବିଶ୍ଵାଳଙ୍କ ସମେତ ଚାରି ବ୍ଲକ୍ ସଭାପତି, ବ୍ଲକ୍ ଅଧ୍ୟକ୍ଷ,ସହ ବହୁ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.