
ବ୍ରହ୍ମପୁର : ଯୌନ କେଳେଙ୍କାରି ଲିପ୍ତ ଥିବା ବିଜୁ ଜନତା ଦଳ ସରକାରର ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବହିଷ୍କାର ଦାବି କରିଛି ବିଜେପି ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା। ଏହି ପରିପ୍ରେକ୍ଷୀରେ କମ୍ମପଲ୍ଲୀ ଛକଠାରେ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଶ୍ରମମନ୍ତ୍ରୀ ଙ୍କ କୁଶପୁଳିକା ଦାହ କରାଯାଇଥିଲା। ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବିଜେପିର ବହୁ କର୍ମୀଓ କର୍ମକର୍ତ୍ତା ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଜେଡି ଦଳର ଜଣେ ମହିଳା ନେତ୍ରୀ ଶ୍ରମମନ୍ତ୍ରୀ ଙ୍କ ବିରୋଧ ରେ ଯୌନ ଶୋଷଣ ର ଅଭିଯୋଗ କରିଛନ୍ତି।ରାଜ୍ୟ ସରକାର ନିଜ ଦଳର ମହିଳା ନେତ୍ରୀଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ବେଳେ ସାରା ରାଜ୍ୟର ମହିଳା ଙ୍କୁ କିଭଳି ସୁରକ୍ଷା ଯୋଗାଇ ଦେବେ ସେ ନେଇ ପ୍ରଶ୍ନ କରିଛି ଯୁବମୋର୍ଚ୍ଚ। ନୈତିକତା ଦୃଷ୍ଟି ରୁ ରାଜ୍ୟ ସରକାର ତୁରନ୍ତ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ଯୁବମୋର୍ଚ୍ଚ।ଏହି ଅବସରରେ ଯୌନ ଶୋଷଣ କାରୀ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କୁସପୁତ୍ତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ବାପି ପ୍ରଧାନ,ମହେଶ ତ୍ରିପାଠୀ,ବି.ରବି ରାଓ,ଲଳିତ ବିଷୋୟୀ, ମହେଶ୍ୱର ସାହୁ,ସୁମିତ୍ ପାତ୍ର, ଜି.ନାରାୟଣ,ଦେବୁନ ପଟ୍ଟନାୟକ,,ବିଜେପି ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ସୁନିଲ କୁମାର ସାହୁ,ମନୋଜ ପଟ୍ଟନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ,,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।