ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

add-all

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ ଖୋଲିବା ଦାବିରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ରହିଥିବା ବେଳେ ଏହି ମେଡ଼ିକାଲ ଉପରେ ପାଖାପାଖି ୧୦ଟି ଜିଲ୍ଲା ର ଜନସାଧାରଣ ସ୍ୱାସ୍ଥ୍ୟ ସେବା ନିମନ୍ତେ ନିର୍ଭର କରିଥାନ୍ତି।

ତେବେ ଏହି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା ରେ ପୀଡିତ ରୋଗୀଙ୍କ ନିମନ୍ତେ ଗୋଟେ ବି ବର୍ଣ୍ଣ କେୟାର ୟୁନିଟ ନାହଁ ଫଳରେ ବହୁ ରୋଗୀ ଚିକିତ୍ସା ପଇ ନ ପାରି ମୃତ୍ୟୁ ମୁଖର ପଡୁଛନ୍ତି।ତେଣୁ ତୁରନ୍ତ ଏମକେସିଜି ମେଡ଼ିକାଲ ରେ ବର୍ଣ୍ଣକେର ୟୁନିଟ ଖୋଲିବା ପାଇଁ ଦାବି ପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି।ଏହି ଅବସରରର ସମାଜସେବୀ ବିନୋଦ ସାବତଙ୍କ ନେତୃତ୍ୱରେ ଅସିତ କୁମାର ଶତପଥୀ, ରୋହିତ ଭୂୟାଁ, ରାହୁଲ ସେଠୀ, ଶିଶିର କୁମାର ସାହୁ, ଦିପୁ ମହାରଣା, ପ୍ରମୁଖ ଯୋଗଦେଇ ଥିଲେ।

ad-week
Leave A Reply

Your email address will not be published.