କନ୍ଧମାଳ ଜିଲାର କବି ଓ ଲେଖକ ଡ ନୃସିଂହାନନ୍ଦ ମହାପାତ୍ର ଓ ସମାଜସେବୀ ଭଗବାନ ଜେନା ସମ୍ବର୍ଦ୍ଧିତ…

add-all

ଫୁଲବାଣୀ : ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ କନ୍ଧମାଳ ପାଇଁ ଗୌରବ ଆଣି ଦେଇଥିବା କନ୍ଧମାଳର କବି ଲେଖକ ଓ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ର ଓ ବାଲିଗୁଡାର ବରିଷ୍ଠ ସମାଜସେବୀ ଶାନ୍ତୀମୈତ୍ରର ନିର୍ଦ୍ଦେଶକ ଭଗବାନ ଜେନାଙ୍କୁ ଜୟଦେବ ଭବନ ଭୁବନେଶ୍ୱର ଠାରେ ସମ୍ବର୍ଦ୍ଧିତ କରାଯାଇଛି । କିଷାନ ଭୂଦାନ,ସର୍ବୋଦୟ ସମାବେଶ ଅବସରରେ ଅନୁଷ୍ଠିତ ସଭାରେ ମଞ୍ଚର ଅଧ୍ୟକ୍ଷ ଅଭିରାମ ନାୟକଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ କର୍ମୀ ତଥା ଏକତା ପରିଷଦର ପ୍ରତିଷ୍ଠାତା ପିଭି ରାଜଗୋପାଲ (ରାଜାଜୀ),ଓ ଜିଲକାର ହାରିସ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଢେଇ,ବ୍ରଜ ତ୍ରିପାଠୀ, ମାନବାଧିକାର ଫ୍ରଣ୍ଟର ମନୋଜ ଜେନା,ସୁନୀତା ମୁଣ୍ଡ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଡଃ ନୃସିଂହାନନ୍ଦ ମହାପାତ୍ର ଜଣେ ଶିକ୍ଷାବିତ ହୋଇ ମଧ୍ୟ ୨୫ଖଣ୍ଡ ଉପାଦେୟ ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ୬୬ଥର ରକ୍ତଦାନ କରିଛନ୍ତି। ସେହିପରି ଭଗବାନ ଜେନା ଗତ ୩୦ବର୍ଷ ଧରି ଶାନ୍ତିମୈତ୍ରୀ ନାମରେ ଏକ ଅନୁଷ୍ଠାନ ଗଢି କନ୍ଧମାଳର ଦୁର୍ଗମ ଅଞ୍ଚଳରେ ସମାଜର ଅବହେଳିତ ବର୍ଗର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ ସୁରକ୍ଷା ଓ ଜୀବନଜୀବିକା ସହ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଜନ ଓକିଲାତି କରି ଉତ୍କୃଷ୍ଟ ସମାଜ ସେବାର ନିଦର୍ଶନ ଦେଖାଇ ଥିବାରୁ ସର୍ବୋଦୟ ବିକାଶ ପକ୍ଷ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡ ନୃସିଂହାନନ୍ଦ ମହାପାତ୍ରଙ୍କ ଅନୁପସ୍ଥିତିରେ ତାଙ୍କ ଭାଇ ପ୍ରମୋଦ ମହାପାତ୍ର ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏହି ସମ୍ବର୍ଦ୍ଧନା ଆଗାମୀ ଦିନରେ ଯୁବ ସମାଜକୁ ସେବା କାର୍ଯ୍ୟ କରିବାକୁ ନିଶ୍ଚିତ ଅଧିକ ଉତ୍ସାହିତ କରିବ ।

ad-week
Leave A Reply

Your email address will not be published.