ହାତୀଗାଁରୁ ନୂତନ ପୋଲିସ କ୍ୟାମ୍ପକୁ ମାକପା (ମାଓବାଦୀ ) ମେନପୁର ଡିଭିଜନ ପକ୍ଷରୁ ବିରୋଧ

add-all

ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ହାତୀଗାଁ ପଞ୍ଚାଏତର ଚନ୍ଦନ ମଲ୍ଲିକ ମାଉବାଦୀଙ୍କ ଦ୍ଵାରା ହତ୍ୟା କରାଯିବା ପରେ ହାତୀଗାଁ ଠାରେ ନୂଆ କରି ସ୍ଥାପନ କରାଯାଇଥିବା ପୋଲିସ କ୍ୟାମ୍ପକୁ ବିରୋଧ କରି ମେନପୁର ଡିଭିଜନ ମାକପା ( ମାଓବାଦୀ) ଦ୍ଵାରା ଲିପ୍‌ଲେଟ୍‌ ଲଗାଇବା ଦୃଷ୍ଟି ଗୋଚର ହୋଇଛି । ଏହି ଲିପ୍‌ଲେଟରେ ଉଲ୍ଲେଖ କରାଯାଇଛି ଯେ, ଗ୍ରାମସଭା ଡକା ନ ଯାଇ ଓ ଗ୍ରାମସଭାର ବିନା ଅନୁମତିରେ ମନଇଚ୍ଛା ଏହି ପୁଲିସ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହାଦ୍ବାରା କୌଣସି ବି ଗ୍ରାମବାସୀ ସୁରକ୍ଷିତ ଅନୁଭବ କରିବେ ନାହି ବରଂ ଏହି ପୋଲିସ କ୍ୟାମ୍ପ ଲାଗି ସେମାନେ ହି ଅସୁବିଧାର ସମ୍ମୁଖୀନ ହେବେ ଏଥିରେ କୌଣସି ସନ୍ଦେହ ନାହିଁ, ଏହି ପୋଲିସ ଵାଲା ଦିନ ଦ୍ୱିପ୍ରହରେ ମଦ ପିଇ ସରଳ ନିରୀହ ଅଧିବାସୀ ମହିଳାମାନଙ୍କ ଉପରେ ମଧ୍ୟ ଅତ୍ୟାଚାର କରିବେ ।
ପୋଲିସ ପ୍ରକାଶ୍ୟ ଦିବାଲୋକରେ ଅତ୍ୟାଚାର, ଅସଦାଚରଣ ଭଳି ଘୃଣ୍ୟ କାମ କରୁଛି l ନବୀନ ପଟନାୟକ ଓ କେନ୍ଦ୍ରର ମୋଦି ସରକାର ଜନତା ଉପରେ ଫାସିବାଦୀ ନୀତି ଚଳାଇ ଦମନ କରୁଛନ୍ତି l ଏମାନଙ୍କ ବିରୁଧ୍ୟରେ ଆନ୍ଦୋଳନ ତେଜ କରିବା ପାଇଁ ସମସ୍ତ ଜନତାକୁ ଆହ୍ବାନ କରିଛନ୍ତି ହାତୀଗାଁର ମାନସିଂ ମଣ୍ଡବି, ଧନୁ ମାରକାମ, ବାଦୁ ମଣ୍ଡବି, ରୁପସିଂ ଗଣ୍ଡ, ସୁକୁଡୁ ଗଣ୍ଡ, ରଘୁନାଥ ମଣ୍ଡବି, ଦଶରୁ ନେତାମ, ସୁଖଲାଲ ମାରକାମ, ସିଙ୍ଗଳ ମଣ୍ଡବି, ରମେଶ ମଣ୍ଡବି, ଲୁକେଶ ନେତାମ, ଜିଲୁ ମଣ୍ଡବି ଓ ମହାଦେବ ମରକାମ | ଏହି ତେର (୧୩) ଜଣଙ୍କ ପ୍ରରୋଚନାରେ ଓ ନେତୃତରେ ହାତୀଗାଁରେ ଏହି ପୋଲିସ କ୍ୟାମ୍ପ ହୋଇଛି ବୋଲି ଉଲ୍ଲେଖ ଅଛି | ଏମାନେ ଜନତା ପାଖରେ ନିଜର ଦୋଷ ସ୍ୱୀକାର କରି ନିଜକୁ ସରେଣ୍ଡର ନ ହେଲେ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି l ତେଣୁ ଗ୍ରାମବାସୀଙ୍କୁ ମାଓବାଦୀଙ୍କ ପକ୍ଷରୁ ଅନୁରୋଧ ତୁରନ୍ତ ଏହି କ୍ୟାମ୍ପ ହଟାଇ ଦିଅନ୍ତୁ। ତେବେ ଲିପ୍‌ ଲେଟ୍‌ରେ ଏହିପରି ଅନେକ କଥା ଉଲ୍ଲେଖ କରାଯାଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଓ ଭୟର ବାତାବରନ ସହ ସୋଖୋର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.