ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

add-all

ବ୍ରହ୍ମପୁର : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମହାନଗର ବିଜୁ ଜନତା ଦଳ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।


ମୁଖ୍ୟ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ଅନ୍ୟତମ ଅତିଥିଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଉପମେୟର ଇ.ବିବେକ ରେଡି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ ରମେଶ ଚନ୍ଦ୍ର ଚୌପଟ୍ଟନାୟକ, କାଜୁ ନଗମ ଅଧ୍ୟକ୍ଷ ସୁବାଷ ମହାରଣା, ପୂର୍ବତନ ମେୟର କେ. ମାଧବୀ, ସୋନାଲି ଗନ୍ତାୟତ ତୁମ୍ବନାଥ ପଣ୍ଡା, ଶୁନ୍ୟ ଦାସ, ଅଜିତ ପଣ୍ଡା, ଏଙ୍କିଟି ପାତ୍ର,ଙ୍କ ସମେତ ବହୁ କର୍ପୋରେଟର, ଛାତ୍ର, ମହିଳା, ଯୁବ ବିଜେଡିର କର୍ମୀ ଓ କର୍ମକର୍ତ୍ତା ଯୋଗଦେଇଥଲେ।ଏହି ଅବସରରେ ଓଡିଶା ରେ ପ୍ରଥମ ସ୍ଥାନ ପାଇଛି ୩୩୦ ୟୁନିଟ ରକ୍ତ ସଂଗୃହୀତ କରି । ଆଜି ୩୩୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l
ଯୁବପିଢି ରକ୍ତଦାନ ଭଳି ମହାତ ଦାନ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଶପଥ ପାଠ କରିବା ସହ ରଙ୍ଗଲୀ ଓ ବ୍ରକୁତା ପ୍ରତିଯଗିତା ଯଉ ମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ମହାନଗର ସଭାପତି ବିଜୟ ସାମଲ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ବହୁ ବିଜେଡି କର୍ମକର୍ତ୍ତା ଶିବିର ପରି ଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.