ଜଙ୍ଗଲ ନିଆଁ ରୋକିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗ୍ରୁପ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ରେ ଦିନକୁ ଦିନ ତାତି ବଢୁଥିବା ବେଳେ ଜଙ୍ଗଲ ନିଆଁ କୁ ଆୟତ୍ତ କରିବା ବନ ବିଭାଗ ପାଇଁ କଷ୍ଟ ହୋଇପଡୁଛି। ବନ ବିଭାଗ ପକ୍ଷରୁ ନିୟୋଜିତ ଓଡ୍ରାଫ ଟିମ୍ ନିୟୋଜିତ ହୋଇଥିଲେ ମଧ୍ଯ ନିଆଁ ଆୟତ୍ତ କୁ ନେଇ ଚିନ୍ତା ରେ ବନବିଭାଗ। ଜଙ୍ଗଲ ରେ ନିଆଁ କୁ ହ୍ରାସ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବାରମ୍ବାର ସମୀକ୍ଷା କରାଯାଉଛି। ବର୍ତ୍ତମାନ ବାଲିଗୁଡ଼ା ଡିଏଫଓ ବିଶ୍ଵରାଜ ପଣ୍ଡା ଏ ନେଇ ସମସ୍ତ ରେଞ୍ଜରେ ରେଞ୍ଜର, ଫରେଷ୍ଟର, ଗାର୍ଡ ଓ ନିଆଁ ଲିଭା ସ୍କୁୱାର୍ଡ ସହ ସମୀକ୍ଷା ବୈଠକ କରିବା ପରେ କିଭଳି ଜଙ୍ଗଲ ରେ ନିଆଁ ଲାଗିବା ପୂର୍ବରୁ ରୋକା ଯାଇପାରିବ ସେ ଦିଗରେ ସାମୂହିକ ପଦକ୍ଷେପ ନେବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଉଛନ୍ତି। ଏହା ପରେ ବେଲଘର ରେଞ୍ଜ ଗୁମା ପଞ୍ଚାୟତ ର ରାଧାକୃଷ୍ଣ, ଉତ୍କଳ ଜନନୀ ଓ ଅନ୍ନପୂର୍ଣ୍ଣା ସ୍ଵଂୟ ସହାୟିକା ତିନୋଟି ମହିଳା ଗୋଷ୍ଠୀ କୁ ମିଳିତ ଭାବେ ଏକତ୍ରିତ କରି ବନ ବିଭାଗ କର୍ମଚାରୀ ଠାରୁ ଜଙ୍ଗଲ ନିଆଁ ଲିଭା ତାଲିମ ନେଇ ଏହା ସହ ଗୁମା ପଞ୍ଚାୟତ ରେ ଏକ ବନାଗ୍ନି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ସରପଞ୍ଚ, ୱାର୍ଡ଼ ମେମ୍ବର, ସ୍ଥାନୀୟ ଜନସାଧାରଣ, ଯୁବକ ଯୁବତୀ, ବୁଦ୍ଧିଜୀବୀ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏହି ମେଳା ରେ ଉପସ୍ଥିତ ରହି ରହି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସଚେତନ ହୋଇ ଶପଥ ନେଇଥିଲେ । ଏହା ପରେ ଗୁମା , ପୁକୁର, କାଲଙ୍ଗଗୁଡା, ପ୍ରିଙ୍ଗଲି ସମେତ ବିଭିନ୍ନ ଗ୍ରାମକୁ ଯାଇ ମଧ୍ୟ ଲୋକଙ୍କୁ ସଚେତନ କରାଇବା ସହ ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ଓ ନିଆଁ ଲାଗିଲେ ଲିଭାଇବା ସହ ବନ ବିଭାଗ କୁ ଖବର ଦେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବେଲଘର ରେଞ୍ଜର ଅରୁଣ କୁମାର ସାହୁ, ଫରେଷ୍ଟର ନିରାକାର ସାହୁ, ଶିବାଜୀ ବେହେରା, ବୁଦ୍ଧଦେବ କହଁର, ଫରେଷ୍ଟ ଗାର୍ଡ ନସିମୂଲ୍ ହକ୍ ଓ ଜଗତ ଯୌତୀ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.