କନ୍ଧମାଳର ସମାଜସେବୀ ଅଶୋକ ପରିଡା ସର୍ବୋଦୟ ସମ୍ମାନରେ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ଭୁବନେଶ୍ବର ଜୟଦେବ ଭବନ ଠାରେ ସର୍ବୋଦୟ ବିକାଶ ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଛି ଭୂଦାନ, କିଷାନ ସର୍ବୋଦୟ ସମାବେଶ। ସମର୍ପିତ ସମାଜ ସେବାରେ କନ୍ଧମାଳରେ ଉଲେଖନୀୟ କାର୍ଯ୍ୟ କରିଥିବା ଅଶୋକ ପରିଡାଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଏକତା ପରିଷଦର ପ୍ରତିଷ୍ଠାତା ତଥା ବିଭିନ୍ନ ଦେଶରେ ସୁନାମ ଅର୍ଜନ କରିଥିବା ଭୂଦାନ, କିଷାନ,ସର୍ବୋଦୟ ନେତା ପିଭି ରାଜଗୋପାଲ ଓରଫ ରାଜାଜୀ ଓ ଜିଲକାର ହାରିସ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଛନ୍ତି। ଏହି ସମାବେଶ ଅବସରରେ ଅନୁଷ୍ଠିତ ସଭାରେ ମଞ୍ଚର ଅଧ୍ୟକ୍ଷ ଅଭିରାମ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଢେଇ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ମାନବାଧିକାର ଫ୍ରଣ୍ଟର ଅଧ୍ୟକ୍ଷ ମନୋଜ ଜେନା, ଭୁବନେଶ୍ୱର ମେୟର ପ୍ରାର୍ଥୀନୀ ସୁନୀତା ମୁଣ୍ଡ୍ ପ୍ରମୁଖ ଅତିଥି ମାନେ ଉପସ୍ଥିତ ଥିଲେ।ଜିଲାର ଅବହେଳିତ ଓ ନିସଃହାୟ ବର୍ଗଙ୍କୁ ସହଯୋଗର ହାତ ବଢାଇ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବାକୁ ନିଷ୍ଠାପର ଉଦ୍ୟମ କରିଆସୁଛନ୍ତି।ସରକାରୀ ଯୋଜନାର ଦୂରୁପଯୋଗ କ୍ଷେତ୍ରରେ ନାଗରିକ କମିଟି ମିଳିତ ସହଯୋଗରେ ପ୍ରଶାସନ ଓ ସରକାରଙ୍କ ସହ ଜନ ଓକିଲାତି କରି ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରୟାଶ ଜାରି ରଖିଛନ୍ତି।ନିଜର ଦୁଢ ଇଛାଶକ୍ତି ଯୋଗୁଁ ବିନା ସରକାରୀ ଅନୁଦାନରେ ସମଭାବାପର୍ଣ୍ଣ ବ୍ୟକ୍ତିଙ୍କ ସହଯୋଗ ରେ ଗରିବ ଅସହାୟ ଲୋକଙ୍କ ସମସ୍ୟା ଦୂର କରିବାରେ ପ୍ରୟାଶ ଜାରିରଖିଛନ୍ତି।ଜିଲାର ବିଶୃଙ୍ଖଳା ସମୟରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ଜନସାଧାରଣ ମଧ୍ୟରେ ଭାଇଚାରା ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିବାରୁ ଏହିରାଜ୍ୟ ସ୍ତରୀୟ ସର୍ବୋଦୟ ସମାବେଶରେ ଶ୍ରୀ ପରିଡାଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଛି।ଏହିଭଳି ସମ୍ବର୍ଦ୍ଧନା ଆଗାମୀ ଦିନରେ ଯୁବ ସମାଜକୁ ନିଷ୍ଠାପର ନିଃସ୍ୱାର୍ଥପର ସେବା କରିବାକୁ ଅନୁପ୍ରାଣୀତ କରିବ ବୋଲି ଶ୍ରୀ ପରିଡା କହିଛନ୍ତି।

ad-week
Leave A Reply

Your email address will not be published.