ସାରା ରାଜ୍ୟରେ ଲାଗି ରହିିଛି ନିଆଁ ବର୍ଷା, ୪୨ ଡିଗ୍ରୀ ତାତିରେ ଶିଝିଲେ ବ୍ରହ୍ମପୁର ବାସୀ…

add-all

ବ୍ରହ୍ମପୁର : ତାଳୁ ଫଟା ଖରା.. ଅସହ୍ୟ ଗୁଳୁଗୁଳି.. ଉପକୂଳରୁ ଉପାନ୍ତ ସବୁଠି ତ୍ରାହି ତ୍ରାହି ଡାକୁଛନ୍ତି ରାଜ୍ୟବାସୀ । ଆହୁରି ଦୁଇଦିନ ଯାଏଁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାକୁ ହିଟ୍ ୱେଭ୍ ୱାର୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ତାତି ଏପରି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ୨୪ ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଭି ତାପମାତ୍ରା ୪୦ ଉର୍ଦ୍ଧ ଡିଗ୍ରୀ ଟପି ଯାଇଥିଲା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ପବନ ଏହି ଖରା ଗରମକୁ ବଢାଉଥିବା ବେଳେ ବାୟୁମଣ୍ଡଳରେ ଉଚ୍ଚ ଆଦ୍ରତା ଗୁଳୁଗୁଳି ବଢାଉଛି ।
ଏପଟେ ଖରାକୁ ଅସହ୍ୟ ହେଉଛି ବିଦ୍ୟୁତ କାଟ୍ । ବ୍ରହ୍ମପୁର ଗେଟ ବଜ଼ାର, ପାଣି ଟାଙ୍କି ରୋଡ, ଚନ୍ଦ୍ରପ୍ରଭା ସାହି,ଅରବିନ୍ଦ ନଗର, ବିଜିପୁର ଓ ବିଭିନ୍ନ ସାହି ଗୋଳି କନ୍ଦିରେ ଅସୁବିଧା ର ସମୁକିନ ହେହୁଛନ୍ତି ବାରମ୍ବାର ବିଦ୍ୟୁତ କାଟ୍ ହେହୁଥିବା ଦେଖିବାକୁ ମେରିଛି ସାଧାରଣ ଲୋକଙ୍କ କଥା ତ ଛାଡନ୍ତୁ । ଖରା ଗରମରେ ଛଟପଟ ହେଉଛନ୍ତି ଡାକ୍ତରଖାନାରେ ରୋଗୀ । କେଉଁଠି ବିଜୁଳିକାଟ୍‌ର ସମସ୍ୟା ପୁଣି କେଉଁଠି ଲୋ ଭୋଲ୍‌ଟେଜ୍ । କେଉଁଠି ଫ୍ୟାନ ନାହିଁ ତ ପୁଣି କେଉଁଠି ଫ୍ୟାନ ଥାଇ ବି ଅଚଳ ।ଗଞ୍ଜାମ ଜିଲ୍ଲା ର ପ୍ରାଣ କେନ୍ଦ୍ର ମୁଖ୍ୟ ବଡ଼ ମେଡିକାଲ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ନିଜ ପାଇଁ ନିଜେ ଫ୍ୟାନ ଯୋଗାଡ଼ କରିବାକୁ ପଡୁଛି। କିଏ ନିଜେ ଘରୁ ଫ୍ୟାନ ଆଣୁଛନ୍ତି, ତ ଆଉ କିଏ ନୂଆ ଫ୍ୟାନ୍ କିଣୁଛନ୍ତି । ମାସାଧିକ କାଳ ହସ୍ପିଟାଲରେ ଫ୍ୟାନ ଅଚଳ ହୋଇ ପଡିଛି । ଫ୍ୟାନ ବିନା ହନ୍ତସନ୍ତ ରୋଗୀ।

ad-week
Leave A Reply

Your email address will not be published.