ବାରିପଦା ରାଜ୍ୟର ଉତ୍ତପ୍ତ ସହର, ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ

add-all

ଭୁବନେଶ୍ବର: ନିକଟରେ ଶିମିଳିପାଳ ଅଭୟାରଣ୍ୟ ଥିଲେ ବି ବାରିପଦାବାସୀଙ୍କୁ ତାତିରୁ ନିସ୍ତାର ମିଳିପାରୁ ନାହିଁ। ଶିମିଳିପାଳ ଅଭୟାରଣ୍ୟର ଅବସ୍ଥାରେ ବହୁ ପରିବର୍ତ୍ତନ ଘଟିଛି। ଅଭୟାରଣ୍ୟରେ ପୂର୍ବ ଭଳି ଗଛ ନାହିଁ। ଜଙ୍ଗଲରେ ନିଆଁ ଲାଗୁଛି। ଜଙ୍ଗଲ ମାଫିଆଙ୍କ କାରବାର ବଢ଼ିଛି। ଏସବୁ କାରଣ ଯୋଗୁଁ ମୟୂରଭଂଜରେ ମଧ୍ୟ ତାପମାତ୍ରା ବଢ଼ୁଛି। ଲଗାତାର ତୃତୀୟ ଦିନରେ ବୁଧବାର ମଧ୍ୟ ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଆଜି ତାପମାତ୍ରା ୪୪.୫ ଡିଗ୍ରି ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ମଙ୍ଗଳବାର ୪୨.୨ ଡିଗି ଓ ସୋମବାର ୪୨.୨ ଡିଗ୍ରି ରେକର୍ଡ କରାଯାଇଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ କହିଛି ଯେ, ରାଜ୍ୟର ୩୦ଟି ସହରରେ ତାପାମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ବାରିପଦା ପରେ ନୂଆପଡ଼ା ଦ୍ବିତୟୀ ସର୍ବାଧିକ ଉତ୍ତପ୍ତ ସହର ଭାବେ ତାପାମାତ୍ରା ୪୪.୪ ଡିଗ୍ରି ରେକର୍ଡ ହୋଇଛି। ବଲାଙ୍ଗୀରରେ ୪୪ ଡିଗ୍ରି ପାରା ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ବରବାସୀ ୪୨.୫ ଡିଗ୍ରିରେ ସିଝିଛନ୍ତି।

ଅନ୍ୟପଟରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୨୧ ତାରିଖରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୨ରୁ ୨୪ ମଧ୍ୟରେ ଦକ୍ଷିଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବ।  ଏହି ବର୍ଷା ନିଶ୍ଚିତ ଭାବରେ ତାପମାତ୍ରାକୁ ହ୍ରାସ କରିବ ଏବଂ ଗରମ ପାଗରୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ad-week
Leave A Reply

Your email address will not be published.