ପର୍ତ୍ତମାହା ଗସ୍ତ କରି ବିଭିନ୍ନ କୋଠା ଉଦଘାଟନ କଲେ ବିଧାୟକ…

add-all

ଦାରିଙ୍ଗବାଡ଼ି, ୧୯/୪ : ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପର୍ତ୍ତମହା ପଞ୍ଚାୟତ ଗସ୍ତ କରି ବିଭିନ୍ନ କୋଠାର ଉଦଘାଟନ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ , ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ଅନୁସୂଚିତ ଜନଜାତି ଉନ୍ନୟନ କମିଟିର ରାଜ୍ୟ ଉପାଧ୍ୟକ୍ଷ ଦିଲିପ ପ୍ରଧାନ , ସରପଞ୍ଚ ନବିଜିନି ପ୍ରଧାନ, ସମିତି ସଭ୍ୟା ସରଶିଳା ପ୍ରଧାନ,ଛାତ୍ର ସଭାପତି ରୂପକ କୁମାର ସାହୁ ଯୋଗ ଦେଇଥିଲେ। ଏହା ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ଏଥିରେ ପୂର୍ବତନ ସରପଞ୍ଚ ଜୋହନ ପ୍ରଧାନଙ୍କ ସମେତ ପର୍ତ୍ତମାହା ପଂଚାୟତ ଅନ୍ତର୍ଗତ କେର୍କେବାଡ଼ି ରୁ ୪୦, ଝିମାବାଡ଼ିରୁ ୨୮, କହମପଡ଼ି ଗ୍ରାମରୁ ୩୪ ଜଣ, ସାରୁମାହା ରୁ ୬ ଡଲାବାଡ଼ି ରୁ ୩୮ ଜଣ ଏଭଳି ପାଞ୍ଚଟି ଗ୍ରାମରୁ ୧୩୭ ଜଣ ବିଭିନ୍ନ ଦଳ ଛାଡ଼ି ସତଃପ୍ରତ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଦଳୀୟ ଉତରୀୟ ଦେଇ ନିଜ ଦଳରେ ସାମିଲ କରି ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ବିଜେଡ଼ି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ଙ୍କ ସହିତ ବିଜେଡି ପଞ୍ଚାୟତ ସଭାପତି ପ୍ରଫୁଲ ପ୍ରଧାନ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଶେଷରେ ବିଜେଡ଼ି ଦଳର ଯୁବ କର୍ମୀ ଦାନୁକା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.