ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ ପରିସରରେ ଗାଡ଼ି ରଖିଲେ ୧୦ ଟଙ୍କା ଦେବାକୁ ବାଧ୍ୟ

add-all

ବ୍ରହ୍ମପୁର: ଗାଡ଼ି ରଖୁ ରଖୁ ୧୦ ଟଙ୍କା ଦିଅ। ଅଧଘଣ୍ଟା ପାଇଁ ଆସ କି ଘଣ୍ଟାକ ପାଇଁ, କିନ୍ତୁ ପାର୍କିଂ ଫି’ଦିଅ। ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ର ପ୍ରାଣକେନ୍ଦ୍ର ଏମ୍‌କେସିଜି ମେଡିକାଲ l ମେଡିକାଲ ପରିସରରେ ଗାଡି ରଖିବା ମାତ୍ରେ ୧୦ ଟଙ୍କା ଦେବାକୁ ବାଧ୍ୟ । ଏଠି ଚିକିତ୍ସା ମାଗଣା, ଔଷଧ ମାଗଣା ହେଲେ ହସ୍ପିଟାଲ୍‌ ପରିସରରେ ପ୍ରବେଶ କରୁ କରୁ ହାତରେ ଚିରିକୁଟି ଧରାଇ ଦେଉଛନ୍ତି ଥାର୍ଡ୍ ପାର୍ଟି। ଫି ଦେବ ତ ଗାଡି ରଖିବ ନ ହେଲେ ଯୁଆଡେ ଯାଉଛ ଯାଅ।
ଏମ୍‌କେସିଜି ମେଡିକାଲକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ଆସନ୍ତି। ସରକାରୀ ବ୍ୟବସ୍ଥା ଅନୁସାରେ, ଏଠି ଏକାଧିକ ସୁବିଧା ସମ୍ପୂର୍ଣ୍ଣ ମାଗଣା। କ’ଣ କ’ଣ ଏଠି ମାଗଣା ସୁବିଧା ରହିଛି ତାର ଲମ୍ବା ତାଲିକା ମଧ୍ୟ ଲଗାଇ ଦିଆଯାଇଛି। ହେଲେ ମେଡିକାଲ ପରିସର ଭିତରକୁ ପ୍ରବେଶ କରୁ କରୁ ପାର୍କିଂ ପାଇଁ ଟେଣ୍ଡର ନେଇଥିବା ଥାର୍ଡ ପାର୍ଟି ଆସି ଚିରିକୁଟି ଖଣ୍ଡେ ଧରି ପହଞ୍ଚି ଯାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.