
ଫୁଲବାଣୀ: କନ୍ଧମାଳ ଜିଲ୍ଲା, ଫୁଲବାଣୀ ମୂଖ୍ୟ ଚିକିତ୍ସାଳର ସଂକ୍ରମଣ ବିଭାଗରେ ବେଡ଼ ଅଭାବ ଥିବାରୁ ବର୍ତ୍ତମାନ ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ୫ ଟି, ମୋ ସରକାର ଏଭଳି ବିଭିନ୍ନ ଯୋଜନା ମାଳ ମାଳ ଥିବାବେଳେ ସଂକ୍ରମଣ ବିଭାଗରେ କାହିଁକି କାର୍ଯ୍ୟକାରୀ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି ଡ଼ାଇରିଆ ସଂକ୍ରମଣରେ ପୀଡ଼ିତ ଥିବା ରୋଗୀଙ୍କ ପରିବାର l ଆଗାମୀ ଗ୍ରୀଷ୍ମ ପ୍ରବାହ ଜୋର ହେବାକୁ ଥିବା ଏବଂ ଦିନକୁ ଦିନ ଅସହ୍ୟ ତାପମାତ୍ର ବୃଦ୍ଧି ପାଉଥିବାରୁ। ସଂକ୍ରମଣ ବା (ଡାଝାବାନ୍ତି) ଆକ୍ରାନ୍ତ ରୋଗୀ ପ୍ରତ୍ୟେକ ଦିନ ଡାଇରିଆ ବିଭାଗକୁ ଚିକିତ୍ସା ନିମନ୍ତେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ କନ୍ଧମାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବେଡର ଅଭାବ ଥିବାବେଳେ ଗରମ ରୁ ରକ୍ଷା ପାଇବା ପାଇଁ ଫେନର ବ୍ୟବସ୍ଥା ନାହିଁ, ଯେଉଁ ଶୌଚାଳୟ ଅଛି ତାହା ଅଚଳ ସଫା ହେଉନି ବୋଲି ମଧ୍ୟ ରୋଗୀଙ୍କ ପରିବାର ଅଭିଯୋଗ ଆଣିଛନ୍ତି। କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରଶାସନର ମୂଖ୍ୟ ଅଧିକାରୀଙ୍କ ଦୃଷ୍ଟି ଦେବାକୁ ଦାବୀ ହୋଇଛି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ସଂକ୍ରମଣ ବିଭାଗର କାର୍ଯ୍ୟଧାରାକୁ ପରିବର୍ତ୍ତନ କରିବା ପାଇଁ ସହଯୋଗ କଲେ ଆଗାମୀ ଦିନରେ ଗାଁ ଗହଳିରୁ ଆସୁଥିବା ଶହ ଶହ ନିରିହ ଜନସାଧାରଣ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲା ପ୍ରଶାସନ ମାଧ୍ୟମରେ ସୁବିଧା ପାଇପାରନ୍ତେ। ଦେଖିବାକୁ ବାକି ରହିଲା ଡାଇରିଆ ବିଭାଗକୁ ଜିଲ୍ଲା ପ୍ରଶାସନ ନଜର ପଡୁଛି କେବେ।