ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜୟ ଭାରତ ସତ୍ୟାଗ୍ରହ ସଭା

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ତଥା ସନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବ ରେ ଜୟ ଭାରତ ସତ୍ୟାଗ୍ରହ ସଭା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ସତ୍ୟାଗ୍ରହରେ ଜୟପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଭାରୀ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ କଂଗ୍ରେସ କମିଟି ର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଦ କରିଦିଆଯିବା ଘଟଣାକୁ ଦୃଢ ନିନ୍ଦା କରିଥିଲେ । ଗଣତାନ୍ତ୍ରିକ ଜଗତରେ ଅଗଣତାନ୍ତ୍ରିକ ଉପାୟରେ କେନ୍ଦ୍ର ର ବିଜେପି ସରକାରଙ୍କ ପକ୍ଷରୁ ଯେପରି ଭାବରେ ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ପଦ ରଦ୍ଦ କରିଦିଆଗଲା ତାହା ଭାରତ ବର୍ଷର ସଂସଦୀୟ ଇତିହାସରେ କେବେ ହୋଇନଥିଲା ଏହି ଘଟଣା ଜନମାନସରେ କଳଙ୍କିତ ଅଧ୍ୟାୟ ରୂପେ ପରିଚିତ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ରାଜ୍ୟ ଅନୁସୂଚିତ ସେଲ୍ ସଂଯୋଜକ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ନେତା ଭାଗିରଥୀ ବେହେରା, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ମହିଳା ସଭାନେତ୍ରୀ ବନଜା ପଣ୍ଡା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ, ଗଞ୍ଜାମ ବ୍ଲକ ସଭାପତି ଗଣେଶ ରେଡ୍ଡୀ, ଯୁବ କଂଗ୍ରେସ ସଭାପତି ସନାତନ ସାହୁ, ଗଣପତି ବାରିକ, ପୁର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଛାତ୍ର ନେତା ମହେଶ କୁମାର ଗୌଡ଼,ଚକ୍ରପାଣି ପଲେଇ , ଆଇନଜୀବୀ ବାବୁ ନାହକ ଙ୍କ ସମେତ ଉପସ୍ଥିତ ନେତା ଓ କର୍ମୀ ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭରେ ସମସ୍ତ ଦଳୀୟ ନେତା ଓ କର୍ମୀ ମାନେ ପୁତି ଗୋପାଳପୁର ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ad-week
Leave A Reply

Your email address will not be published.