ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ପୁରସ୍କାର

add-all

ଫୁଲବାଣୀ : ସେବା କାର୍ପଣ୍ୟ ଦାନବଳେ,କିବା ଅସାଧ୍ୟ ମହୀତଳେ। ଜଗତର ନାଥ ଜଗନ୍ନାଥଙ୍କ କରୁଣାରୁ ଆମେ ସମସ୍ତେ ଏହି ଧରାପୃଷ୍ଠରେ ମଣିଷ ଭଳି ଏକ ସର୍ବୋତ୍ତମ ପ୍ରାଣୀ ଭାବେ ଜନ୍ମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କିନ୍ତୁ ଏହି ଜୀବନକୁ ସାଫଲ୍ୟମଣ୍ଡିତ କରିବାକୁ ହେଲେ ଜୀବନକୁ ସେବା ରୂପକ ମହତ୍ତ୍ଵ କର୍ମରେ ନିଜକୁ ନିୟୋଜିତ କରିବାକୁ ପଡ଼ିବ।ଏହି ସେବାର ମହାନତାକୁ ଉପଲବ୍ଧ କରି ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନ ବିଗତ ଚାରି ବର୍ଷ ସମୟ ଧରି କାର୍ଯ୍ୟରତ।

ଆଜିର ଏକବିଂଶ ଶତାବ୍ଦୀରେ ଯଦିଓ ବିଜ୍ଞାନ ପ୍ରତିଟି କ୍ଷେତ୍ରରେ ତା’ର ପାରଦର୍ଶିତା ହାସଲ କରିଛି,କିନ୍ତୁ; ଅଦ୍ୟାବଧି ରକ୍ତର ସଙ୍କଟକୁ ଦୂର କରିବାରେ ବିଜ୍ଞାନ ଆଦୌ ସଫଳ ହୋଇ ପାରିନାହିଁ। ଏଥି ପାଇଁ କେବଳ ଏକ ମାତ୍ର ମାଧ୍ୟମ,ସ୍ବେଚ୍ଛାକୃତ ରକ୍ତଦାନ ହିଁ ଶ୍ରେୟ ଅଟେ।ଏହାକୁ ହୃଦବୋଧ କରି ବିଗତ ବର୍ଷ ବର୍ଷ ଧରି ଆମ୍ଭ ଟିମ ହ୍ୟୁମାନିଟି କନ୍ଧମାଳ ଅନୁଷ୍ଠାନକୁ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ସମେତ ଅନେକ ରାଜ୍ୟର ରକ୍ତ ଭଣ୍ଡାରରେ ବଳିଷ୍ଠ ଭୂମିକା ସମ୍ପାଦନା କରି ଆସୁଛି। ଯେଉଁଥି ପାଇଁ ଅନେକ ଅନୁଷ୍ଠାନ ଦ୍ଵାରା ପ୍ରଶଂସାର ଆଶୀର୍ବାଦ ମଧ୍ୟ ସାଉଁଟିଛି।ପ୍ରକାଶ ଥାଉକି,ଏହିଭଳି ସେବା କର୍ମକୁ ସମ୍ମାନ ଜଣାଇ ଆଜି ପୁରୀର ସମର୍ପଣ, ଅନୁଷ୍ଠାନ ତରଫରୁ ରାଜ୍ୟ ସ୍ତରୀୟ ରକ୍ତଦାତା ସଭା କାର୍ଯ୍ୟକ୍ରମରେ ଟିମ ହ୍ୟୁମାନନିଟି କନ୍ଧମାଳ ଅନୁଷ୍ଠାନକୁ ସମ୍ମାନିତ କରାଯିବା ସହ ଭୂୟସୀ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.