ବରିଷ୍ଠ କଳାକାର ସଂଘର ଶୋକସଭା

add-all

ବ୍ରହ୍ମପୁର (୨୨/୦୪) : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀଜଗନ୍ନାଥ ଚିତ୍ରାଳୟ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜିଲ୍ଲାର ଜନୈକ ପ୍ରତିଭାଦୀପ୍ତ ହାସ୍ୟ ଅଭିନେତା ବାବାଜୀ ମହାନ୍ତିଙ୍କ ପ୍ରତି ଆନୁଷ୍ଠାନିକ ଶୋକ ବ୍ୟକ୍ତ କରାଯାଇଛି । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରାରମ୍ଭରେ ସ୍ବର୍ଗତ ମହାନ୍ତିଙ୍କ ଅଭିନୟ ଦିଗନ୍ତର ସିଂହାବଲୋକନ କରିବା ସହ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସର୍ବଶ୍ରୀ ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ହିମାଂଶୁ ଶେଖର ବେହେରା, ରବୀନ୍ଦ୍ର କୁମାର ନାୟକ, ପ୍ରଦୀପ କୁମାର ସାହୁ, ସୁବାସ ଚନ୍ଦ୍ର ସାହୁ ମାମା, କିଶୋର କପୁର, ବିଜୟ କୁମାର ଶତପଥୀ, କୁନୁ ବେହେରା, ବଳଦେବ ସାହୁ ପ୍ରମୁଖ ବରିଷ୍ଠ କଳାକାରମାନେ ସ୍ବର୍ଗତ ମହାନ୍ତିଙ୍କ ପ୍ରତି ଶୋକସନ୍ତପ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଗଞ୍ଜାମ ଜିଲ୍ଲା ଜଣେ ପ୍ରତିଭାଦୀପ୍ତ ହାସ୍ୟ ଅଭିନେତାଙ୍କୁ ହରେଇଲା ବୋଲି ମତବ୍ୟକ୍ତ କରିଥିଲେ । ସର୍ବପ୍ରଥମେ ସ୍ଵର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.