୧୦୦ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରଣ ଲାଗି ପ୍ରସ୍ତୁତି ବୈଠକ

add-all

ବ୍ରହ୍ମପୁର : ଆସନ୍ତା ଏପ୍ରିଲ୍ ୩୦ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ ତମ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରିତ ହେବ । ତେଣୁ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବୁଥ୍ ରେ “ମନ୍ କି ବାତ୍” କାର୍ଯ୍ୟକ୍ରମ ପ୍ରସାରିତ କରିବା ପାଇଁ ଆଜି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ନଗର ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସହ ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ସମସ୍ତ ବୁଥ୍ କିଭଳି କ୍ରିୟାଶୀଳ କରାଯାଇ ବୁଥ୍ ଗୁଡ଼ିକୁ ସଶକ୍ତିକରଣ କରାଯାଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଜିର ଏହି ପ୍ରସ୍ତୁତି ବୈଠକରେ ମନ୍ କି ବାତ୍ ର ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସଂଯୋଜକ ପୃଥ୍ୱୀରାଜ ମହାପାତ୍ର,ମନ୍ କି ବାତ୍ ଜିଲ୍ଲା ସଂଯୋଜକ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଡ଼ା.ସୁବାଷ ସାହୁ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ଗାନ୍ଧୀ ନଗର ମଣ୍ଡଳ ସଭାପତି ସତ୍ୟ ନାରାୟଣ ବସନ୍ତିଆ,ଶ୍ରୀରାମ ଦୀନଦୟାଲ,ପୁରୁଣା ବ୍ରହ୍ମପୁର ମଣ୍ଡଳ ପ୍ରଭାରୀ ପ୍ରବୀର ପାତ୍ର,ବିଜୟ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଗାନ୍ଧୀ ନଗର ମଣ୍ଡଳ ସମ୍ପାଦକ ମାଲି ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ‌ ‌

ad-week
Leave A Reply

Your email address will not be published.